ଅନୁଗୋଳ: ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଅନୁଗୋଳ ଜିଲ୍ଲାର ସାମ୍ବାଦିକମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜିଲ୍ଲାର ଆଠମଲ୍ଲିକରେ ଜନ୍ମଗ୍ରହଣ କରିଥିବା ପ୍ରବୀର ଅନୁଗୋଳ ମାଟିର ଥିଲେ ସୁଯୋଗ୍ୟ ସନ୍ତାନ । ତାଙ୍କୁ ହରାଇ ଏ ମାଟି ଜଣେ ବରପୁତ୍ରକୁ ହରାଇଛି ବୋଲି ସାମ୍ବାଦିକମାନେ କହିଛନ୍ତି ।
ତେବେ ପ୍ରବୀରଙ୍କ ବିୟୋଗରେ ଜିଲ୍ଲାର ସମସ୍ତ ସାମ୍ବାଦିକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି(ଗୁରୁବାର) ସନ୍ଧ୍ୟାରେ ପୁରୀ ମନ୍ଦିର ବଡଦାଣ୍ଡରେ ସାମ୍ବାଦିକମାନେ ଏକାଠି ହୋଇ ଦୀପଜାଳି ସ୍ବର୍ଗତ ପ୍ରବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ସମୟରେ ପୁରୀ ବଡଦାଣ୍ଡ ପ୍ରବୀର ଆମର ରହେ, କରୋନା ଯୋଦ୍ଧା ଆମର ରହେ ସ୍ଲୋଗାନରେ କମ୍ପି ଉଠିଥିଲା । ଓଡିଶା ଗଣମାଧ୍ୟମ ଜଣେ ଦକ୍ଷ ଯୁବ ସାମ୍ବାଦିକଙ୍କୁ ହରାଇଲା ବୋଲି ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ