ETV Bharat / state

୧୦ ଘଣ୍ଟାର ଅପରେସନ ସଫଳ, ଫାଶରେ ପଡିଥିବା କଲରାପତରିଆ ସୁରକ୍ଷିତ ଉଦ୍ଧାର - ସାତକୋଶିଆରୁ ଉଦ୍ଧାର ହେଲା କଲରାପତରିଆ ବାଘ

ସଫଳ ହେଲା ଦୀର୍ଘ ୧୦ ଘଣ୍ଟାର ଅପରେସନ । ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ନିକଟରେ ଜାଲରେ ଫଶିଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

୧୦ ଘଣ୍ଟାର ଅପରେସନ ସଫଳ, ଫାଶରେ ପଡିଥିବା କଲରାପତରିଆ ସୁରକ୍ଷିତ ଉଦ୍ଧାର

author img

By

Published : Jun 20, 2022, 9:00 PM IST

ଅନୁଗୋଳ: ସଫଳ ହେଲା ଦୀର୍ଘ ୧୦ ଘଣ୍ଟାର ଅପରେସନ । ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ଶିକାରୀ ଫାଶରେ ପଡିଥିବା ଏକ କଲରାପତାରିଆ ବାଘକୁ କରାଗଲା ଉଦ୍ଧାର । ବାଘକୁ ଅକ୍ଷତ ଭାବେ ଉଦ୍ଧାର କରି ହାତିବାରି ଜଙ୍ଗଲରେ ଛାଡ଼ିଛି ବନ ବିଭାଗ ।

ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁ । ଗାଁ ଠାରୁ ଅତି ନିକଟ ରାସ୍ତା ପାର୍ଶ୍ଵରେ ଥିବା ଏକ ବୁଦୁବୁଡୁକିଆ ଜଙ୍ଗଲ ଭିତରେ ଫାଶରେ ପଡି ଛଟପଟ ହେଉଥିଲା କଲରାପତରିଆ ବାଘ । ବଡ଼ି ଭୋର ସମୟରେ ଗାଁର କିଛି ଯୁବକ ବୁଲାବୁଲି କରୁଥିବା ବେଳେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସାତକୋଶିଆ ଡିଏଫଓ, ଏସିଏଫ, ରେଞ୍ଜ ଅଫିସର ଓ ଅନ୍ୟାନ୍ୟ ବନ କର୍ମଚାରୀ ପହଞ୍ଚି ତଦାରଖ କରିଥିଲେ। ସାତକୋଶିଆ ପଶୁ ଡାକ୍ତର ସମ୍ବଲପୁର ହାତୀ ଚିକିତ୍ସା ପାଇଁ ଯାଇଥିବାରୁ ସେ ଆସିବା ବିଳମ୍ବ ହୋଇଥିଲା ।

୧୦ ଘଣ୍ଟାର ଅପରେସନ ସଫଳ, ଫାଶରେ ପଡିଥିବା କଲରାପତରିଆ ସୁରକ୍ଷିତ ଉଦ୍ଧାର

ଫଳରେ ଦୀର୍ଘ ୧୦ରୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା । ବାଘଟି ଫସି ରହିଥିବା ସ୍ଥାନ ଚାରିପଟେ ଜାଲ ଲଗା ଯାଇଥିଲା । କୌଣସି ବାହାର ଲୋକଙ୍କୁ ସେ ସ୍ଥାନକୁ ଛଡା ଯାଇନଥିଲା । ବାଘଟିର ଆଗ ଗୋଡ଼ରେ ଲୁହା ତାରରେ ଲଗା ଯାଇଥିବା ଫାଶ ଲାଗି ଯାଇଥିଲା। ତେଣୁ ସେ ଛଟପଟ ହେଉଥିଲା । ତା ଉପରେ ପାଣି ସିଞ୍ଚନ କରାଯାଇଥିଲା । ଅପରାହ୍ନ ପ୍ରାୟ ୨ଟା ସମୟରେ ଡାକ୍ତର କିଶୋର ସାହୁ ପହଞ୍ଚିବା ପରେ ଟ୍ରାଙ୍କୁଲାଇଜ କରିଥିଲେ । ଏହାପରେ ଫାଶକୁ କଟା ଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ବାଘର କୌଣସି ଆଘାତ ଲାଗିନାହିଁ ।

ବାଘଟି ଏକ ମାଈ ବାଘୁଣୀ ଏବଂ ତା ବୟସ ପ୍ରାୟ ୩ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବାଘର ପ୍ରାଥମିକ ଚିକିତ୍ସା ପରେ ବାଘକୁ ପଞ୍ଜୁରୀ ଭିତରେ ନେଇ ଅଭୟାରଣ୍ୟ ଭିତରେ ହାତିବାରି ଜଙ୍ଗଲରେ ଛଡା ଯାଇଥିଲା । ଆଜିର ଏହି କଲରାପତରିଆ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲା ଇଟିଭି ଭାରତ ଟିମ । କଲରାପତରିଆ ବାଘ ଗୋପାଳପୁର ଗାଁର ଖୁବ ନିକଟରେ ଥିବାରୁ ଏବେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । ରାତି ପାହିଲେ ଲୋକେ ଜଙ୍ଗଲକୁ ଜାଳ କାଠ ଓ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରିବାକୁ ଯାଆନ୍ତି ।

ଛେଳି ଓ ଗାଈ ଚରାଇବାକୁ ମଧ୍ୟ ଜଙ୍ଗଲ ଭିତରକୁ ଯାଆନ୍ତି । ତେଣୁ ଏବେ ବାଘ ଦେଖିବା ପରେ ସେମାନଙ୍କ ମନରେ ଛନକା ପଶିଛି । ତେଣୁ କେବଳ ମଣିଷ କାହିଁକି ବନ୍ୟ ଜନ୍ତୁଙ୍କ ଜୀବନ ମଧ୍ୟ ଅସୁରକ୍ଷିତ ହୋଇ ପଡିଛି । ଗାଁ ନିକଟରେ ଶିକାରୀ ଫାଶ ପକାଇଥିବାରୁ ଅଭୟାରଣ୍ୟରେ ଶିକାରୀ ସକ୍ରିୟ ଥିବା ସ୍ପଷ୍ଟ ହୋଇଯାଇଛି । ସାତକୋଶିଆ ବନ୍ୟ ଜୀବନ ପାଇଁ ସ୍ବର୍ଗ ହୋଇଥିବାବେଳେ ଶିକାରୀ ସକ୍ରିୟ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଫାଶରେ ପଡିଥିବା କଲରାପତରିଆ ବାଘର ଗୋଡ଼ରେ ଫାଶ ଲାଗିଥିଲା । ଯଦି ବେକ କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଲାଗି ଥାଆନ୍ତା ତେବେ ନିଶ୍ଚିତ ଭାବେ ଅଘଟଣ ଘଟିଥାନ୍ତା । ତେଣୁ ବନ ବିଭାଗ ଜଙ୍ଗଲ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡାକଡ଼ି କରିବା ଆବଶ୍ୟକ । ନଚେତ ଶିକାରୀ ଏମିତି ଫାଶ ପକାଇ ବହୁ ବନ୍ୟଜନ୍ତୁ ଶିକାର କରିବେ ଏଥିରେ ସନ୍ଦେହ ନାହିଁ ।

ସାତକୋଶିଆରେ ବନ୍ୟ ପ୍ରାଣୀ ବିପଦରେ । ଆଜିର ଏହି ଘଟଣାରୁ ସ୍ପଷ୍ଟ ହୋଇ ଯାଇଛି । ଗତ ସପ୍ତାହରେ ପମ୍ପାସର ରେଞ୍ଜ ଜୋକୁବୁ ଗାଁ ନିକଟରେ ଏକ ସୁସ୍ଥ ସବଳ ଦନ୍ତା ହାତୀ ୫ଦିନ ପଡି ଶେଷରେ ଜୀବନ ହାରିଲା । ଆଜି କଲରାପତରିଆ ବାଘ ଫାଶରେ ପଡିଲା । ବନ ବିଭାଗ ଦୃଷ୍ଟି ଆଢୁଆଳରେ ଏମିତି ଅନେକ ଘଟଣା ଘଟୁଛି । ତେଣୁ ବନ୍ୟଜନ୍ତୁ ସୁରକ୍ଷା ପାଇଁ କଡା ପଦକ୍ଷେପ ନେବାକୁ ଦାବି ହେଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.