ETV Bharat / state

ଟ୍ରାକ୍ଟର ଓଲଟି ଜଣେ ମୃତ , 5 ଗୁରୁତର

ଆଠମଲ୍ଲିକ ବିଦ୍ୟୁତ ଖୁଣ୍ଟ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଓ 5 ଆହତ । ସମ୍ପୃକ୍ତ ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରମିକଙ୍କ ପରିବାର ଦାବି କରିଛନ୍ତି ।

author img

By

Published : Oct 20, 2019, 6:34 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଓଲଟିଲା ଇଲେକ୍ଟ୍ରି ଖୁଣ୍ଟ ବୋଝେଇ ଟ୍ରାକ୍ଟର । ଖୁଣ୍ଟ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ । 5 ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଅନୁଗୋଳ

ଆଠମଲ୍ଲିକ କଲେଜ ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । 5ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଜଣକ ଜରପଡା ଥାନା କୋରଡ଼ା ଗାଁର ଅବନି ସାହୁ । ଆହତମାନେ ଠାକୁରଗଡ଼ ଅଞ୍ଚଳର ନାରଣ ବେହେରା, କୈଳାଶ ସାହୁ, ଅମର ବେହେରା ଓ ବୈକୁଣ୍ଠ ସାହୁ ।

ଅସୁରକ୍ଷିତ ଭାବେ ଶ୍ରମିକମାନଙ୍କୁ ଟ୍ରାକ୍ଟରରେ ନିଆ ଯାଉଥିବାରୁ ଏଭଳି ଘଟଣା ଘଟିଲା । ତେଣୁ ସମ୍ପୃକ୍ତ ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରମିକଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ଅନୁଗୁଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

Intro:ଓଲଟିଲା ଇଲେକ୍ଟ୍ରି ଖୁଣ୍ଟ ବୋଝେଇ ଟ୍ରାକ୍ଟର । ଖୁଣ୍ଟ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ । 5 ଆହତ ।Body:ଅନୁଗୋଳ ଜିଲା ଆଠମଲ୍ଲିକର କଲେଜ ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହେବା ସହ 5ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚକିତ୍ସା ପାଇଁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ମୃତ ଶ୍ରମିକ ଜଣକ ଜରପଡା ଥାନା କୋରଡ଼ା ଗାଁର ଅବନୀ ସାହୁ। ଆହତ ମନେ ଠାକୁରଗଡ଼ ଅଂଚଳର ନାରଣ ବେହେରା, କୈଳାଶ ସାହୁ, ଅମର ବେହେରା ଓ ବୈକୁଣ୍ଠ ସାହୁ। ଅସୁରକ୍ଷିତ ଭାବେ ଶ୍ରମିକ ମାନଙ୍କୁ ଟ୍ରାକ୍ଟରରେ ନିଆ ଯାଉଥିବାରୁ ଏଭଳି ଘଟଣା ଘଟିଲା। Conclusion:ତେଣୁ ସମ୍ପୃକ୍ତ ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରମିକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.