ETV Bharat / state

ଆସନ୍ତାକାଲି ମଣ୍ଡପରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - ଅନୁଗୋଳରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ଆଉ ମାତ୍ର ଦିନକ ପରେ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ ମା’ ଦୁର୍ଗା। ସେଥିପାଇଁ ପୁରପଲ୍ଲୀଠାରୁ ନଗର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ। ଏପଟେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ମା’ ଦୁର୍ଗାଙ୍କ ପାଇଁ ସୁନ୍ଦର ଓ ସୁସଜ୍ଜିତ କରାଯାଇଛି ମଣ୍ଡପ। ଅଧିକ ପଢନ୍ତୁ...

କାଲିଠୁ ମଣ୍ଡପରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

author img

By

Published : Oct 11, 2021, 12:04 PM IST

ଅନୁଗୋଳ: ଆଉ ମାତ୍ର ଦିନକ ପରେ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ ମା’ ଦୁର୍ଗା। ସେଥିପାଇଁ ପୁରପଲ୍ଲୀଠାରୁ ନଗର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ। ସମସ୍ତେ ଲାଗି ପଡିଛନ୍ତି ପ୍ରସ୍ତୁତିରେ। ଏପଟେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ମା’ ଦୁର୍ଗାଙ୍କ ପାଇଁ ସୁନ୍ଦର ଓ ସୁସଜ୍ଜିତ କରାଯାଇଛି ମଣ୍ଡପ। ଏଥର ମଧ୍ୟ ମହାମାରୀ କୋରୋନା ଯୋଗୁଁ ଖୁବ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ ମା’ଙ୍କ ପୂଜା। ତେବେ ବିଧି ସମ୍ପନ୍ନ କରିବାକୁ ପୂଜା କମିଟିର କର୍ମକର୍ତ୍ତା ଲାଗି ପଡିଛନ୍ତି।

କାଲିଠୁ ମଣ୍ଡପରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଅନୁଗୋଳ ଜିଲ୍ଲାର ଅନୁଗୋଳ, ତାଳଚେର, ଛେଣ୍ଡିପଦା, ଆଠମଲ୍ଲିକ, ପାଲଲହାଡ଼ା ଓ ବଅଁରପାଳ ଭଳି ଛୋଟ ମୋଟ ସହରାଞ୍ଚଳ ସମେତ ବହୁ ଗାଁ ଗହଳିରେ ମଧ୍ୟ ବେଶ ଧୁମଧାମରେ ପାଳନ ହୁଏ ଦଶହରା। ଏପଟେ ଆଜିଠାରୁ ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହେବ। ସେଥିପାଇଁ ମୂର୍ତ୍ତି କାରିଗରଙ୍କଠାରୁ ପୂଜା କମିଟିର କର୍ମକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତିରେ ଲାଗି ପଡିଛନ୍ତି। କିଭଳି ଯଥା ସମୟରେ ମୂର୍ତ୍ତି ନିର୍ମାଣ ଶେଷ ହୋଇପାରିବ ଏବଂ ମଣ୍ଡପ ଭିତରେ ସାଜ ସଜ୍ଜା ଶେଷ ହୋଇ ପାରିବ ସେଥିପାଇଁ କାରିଗରମାନେ ଲାଗି ପଡିଛନ୍ତି। ଯଥାବିଧି ମା’ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ କରିବାକୁ କର୍ମକର୍ତ୍ତାମାନେ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ।

ଏପଟେ ଚଳିତ ବର୍ଷ ମଧ୍ୟ ପାର୍ବଣରେ କୋରୋନା ପ୍ରଭାବ ରହିଛି। କଟକଣାକୁ ମାନି ମା’ଙ୍କ ମୂର୍ତ୍ତିକୁ ୪ଫୁଟ ଉଚ୍ଚତା କରାଯାଇଛି। କୌଣସି ମଣ୍ଡପରେ ସୁଦୃଶ ତୋରଣ ଏବଂ ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ଦେଖିବାକୁ ମିଳିବ ନାହିଁ। ଭକ୍ତମାନଙ୍କ ଭିଡକୁ ବାରଣ କରାଯାଇଛି। କେବଳ ବିଧି ସମ୍ପନ୍ନ କରିବାକୁ ବିଭିନ୍ନ ଉପଚାରରେ ମା’ଙ୍କ ପୂଜା କରାଯିବ। ଏନେଇ ଏବେ ଠାରୁ ଖାଁ ଖାଁ ଜଣା ପଡୁଛି ସବୁ ପୂଜା ମଣ୍ଡପ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.