ETV Bharat / state

ଟମାଟୋ କେଜି 4 ଟଙ୍କା: ଏକର ଏକରେ ଜମିରେ ସଢୁଛି ପରିବା, ହତାଶ ଚାଷୀ - Tomato farmers suffer huge loss

ଟମାଟୋର ଅଭାବୀ ବିକ୍ରି ଯୋଗୁଁ ହତାଶ ଚାଷୀ । ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଅନୁଗୋଳ ଜିଲ୍ଲାରେ ପ୍ରାୟ ୪ ହଜାର ଏକର ଜମିରେ ଟମାଟୋ ଫସଲ ହେଉଛି। ଅଧିକ ପଢନ୍ତୁ

poor sale of tomato
poor sale of tomato
author img

By

Published : Feb 28, 2023, 11:25 AM IST

Updated : Feb 28, 2023, 12:56 PM IST

poor sale of tomato

ଅନୁଗୋଳ: ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରି ଯୋଗୁଁ ହତାଶ ଚାଷୀ । ଉଚିତ ଦର ମିଳୁ ନଥିବାରୁ ଚାଷୀମାନେ ଆଉ କ୍ଷେତରୁ ଟମାଟୋ ତୋଳୁ ନାହାଁନ୍ତି । ଫଳରେ ଏକର ଏକର ଜମିରେ ସଢ଼ୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଟମାଟୋ । ବାହାର ବେପାରୀ ଆସି ଟମୋଟୋ କେଜି ପ୍ରତି ୩ ରୁ ୪ ଟଙ୍କାରେ କିଣି ନେଉଛନ୍ତି । ଟମାଟୋ ତୋଳିବା ପାଇଁ ଯେତିକି ମଜୁରୀ ଦେବାକୁ ପଡୁଛି ସେତିକି ମୂଲ୍ୟର ଟମାଟୋ ବିକ୍ରି ହେଉନାହିଁ । ଫଳରେ ଟଙ୍କା ଉଧାର ଆଣି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛି ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ, କିଶୋରନଗର, ପାଲଲହଡା, ଛେଣ୍ଡିପଦା ଏବଂ ଅନୁଗୋଳ ବ୍ଲକର ପ୍ରାୟ ୧୦୦ରୁ ଅଧିକ ଗାଁରେ ବ୍ୟାପକ ଟମାଟୋ ଚାଷ କରାଯାଏ । ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଜିଲ୍ଲାରେ ପ୍ରାୟ ୪ ହଜାର ଏକର ଜମିରେ ଟମାଟୋ ଫସଲ ହେଉଛି ।ପ୍ରତିବର୍ଷ ଜିଲ୍ଲାରେ ୨୫ ରୁ ୩୦ ହଜାର ମେଟ୍ରିକ ଟନ ଟମାଟୋ ଉତ୍ପାଦନ ହୁଏ । ଆବଶ୍ୟକ ଟମାଟୋ ବିକ୍ରି ହୁଏ ଏବଂ ବଳକା ବାହାରକୁ ବିକ୍ରି ପାଇଁ ଯାଏ । ଚଳିତ ବର୍ଷ ବର୍ତ୍ତମାନ ସମୟରେ ଟମାଟୋ ଅମଳ ଚାଲିଛି । କିନ୍ତୁ ଗତ କିଛିଦିନ ହେଲା ଟମାଟୋ ଦର ଆଶାତୀତ ଭାବେ କମି ଯାଇଛି ।

ବଜାରରେ ଖୁଚୁରା ବେପାରୀମାନେ କେଜି ପ୍ରତି ୧୦ ଟଙ୍କାରୁ କମ ଦାମରେ ବିକ୍ରି କରୁଛନ୍ତି । ବଡ ବଡ ବ୍ୟବସାୟୀମାନେ ଚାଷୀଙ୍କ ପାଖରୁ କେଜି ପ୍ରତି ମାତ୍ର ୩ ରୁ ୪ ଟଙ୍କାରେ କିଣି କିଣୁଛନ୍ତି । ଫଳରେ ସିଧାସଳଖ ଚାଷୀଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁ ଚାଷୀମାନେ ହାଡଭଙ୍ଗା ପରିଶ୍ରମ କରିବା ସହ ବିହନ, ସାର, ଔଷଧ କିଣି ଚାଷ କରିଥିଲେ ସେମାନଙ୍କ ଖର୍ଚ୍ଚ ମଧ୍ୟ ଉଠୁ ନାହିଁ । ଟମାଟୋ ତୋଳିବା ପାଇଁ ଜଣେ ଶ୍ରମିକଙ୍କୁ ଦୈନିକ ପ୍ରାୟ 300 ଟଙ୍କା ମଜୁରୀ ଦେବାକୁ ପଡୁଛି । କିନ୍ତୁ ସେତିକି ମୂଲ୍ୟର ଟମାଟୋ ବିକ୍ରି ହେଉ ନାହିଁ। ଫଳରେ ଅନେକ ଚାଷୀ ଆଉ ଟମାଟୋ ତୋଳୁ ନାହାନ୍ତି । ଏକର ଏକର ଜମିରେ ଟମାଟୋ ଗଛରେ ସଢି ମାଟିରେ ପଚୁଛି । ତେଣୁ କ୍ଷେତରେ ଗାଈଗୋରୁ ଓ ଛେଳି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ।

ଅନୁଗୋଳ ଜିଲ୍ଲାରେ ବିଶେଷକରି ଡ଼ିସେମ୍ବର, ଜାନୁଆରୀ ଓ ଫେବୃୟାରୀ ମାସରେ ପର୍ଯ୍ୟାପ୍ତ ଟମାଟୋ ଅମଳ ହୁଏ । ଏକା ସମୟରେ ସବୁ ଜାଗାରୁ ଅମଳ ହେଉଥିବାରୁ ଅମଳ ପରିମାଣ ଆବଶ୍ୟକ ଠାରୁ ଅଧିକ ହୋଇଥାଏ । ତେଣୁ ଅଭାବୀ ବିକ୍ରି ଭଳି ପରିସ୍ଥିତି ସୃଷ୍ଟି ହୁଏ । ଜିଲ୍ଲାରେ ବଳକା ଟମାଟୋ ସଂରକ୍ଷଣ କରି ରଖିବାକୁ କୌଣସି ସୁବିଧା ନାହିଁ । ଟମାଟୋରୁ ସସ୍ ଓ ଅନ୍ୟାନ୍ୟ ଖାଇବା ଉପଯୋଗୀ ଜିନିଷ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ । ତେଣୁ ପ୍ରତିବର୍ଷ ହଜାର ହଜାର କ୍ବିଣ୍ଟାଲ ଟମାଟୋ ନଷ୍ଟ ହୁଏ । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡେ ।

ତେବେ ଏନେଇ ଉଦ୍ୟାନ ବିଭାଗ ଉପନିର୍ଦେଶକ କହିଛନ୍ତି " ଜିଲ୍ଲାର ସର୍ବାଧିକ ଟମାଟୋ ଉତ୍ପାଦନ ହେଉଥିବା ୬୩ଟି ପଞ୍ଚାୟତରେ ୧୦ ମେଟ୍ରିକ ଟନ ସଂରକ୍ଷଣ କ୍ଷମତା ବିଶିଷ୍ଟ ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଛଡା ଜିଲ୍ଲାରେ ହେଉଥିବା ସବୁଠାରୁ ବଡ ସାପ୍ତାହିକ ହାଟରେ ମଧ୍ୟ ଲକ୍ଷାଧିକ ଟଙ୍କା ବ୍ୟୟରେ ଦୁଇଟି ସଂରକ୍ଷଣ କେନ୍ଦ୍ର ନିର୍ମାଣ କରାଯିବାର ଯୋଜନା ରହିଛି । ଏଥିସହ କେତେକ ସ୍ଥାନରେ ଚାଷୀଙ୍କୁ ଅର୍କା ସମ୍ରାଟ ଜାତୀୟ ଟମାଟୋ କରିବାକୁ ପ୍ରୋତ୍ସାହନ ଦିଆଯାଉଛି । ଏହି ପ୍ରଜାତିର ଟମାଟୋ ବହୁ ଦିନ ପର୍ଯ୍ୟନ୍ତ ରହିପାରିବ ।

ଇଟିଭି ଭାରତ, ଅନୁଗୋଳ

Last Updated : Feb 28, 2023, 12:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.