ETV Bharat / state

ଅନୁଗୋଳରେ ମାଡିଚାଲିଛି କୋରୋନା, ଜିଲ୍ଲାରେ 1294 କୋରୋନା ପଜିଟିଭ

ଅନୁଗୋଳ ଜିଲ୍ଲାରେ ବେଲଗାମ ହେଉଛି କୋରୋନା ସ୍ଥିତି । ଜିଲ୍ଲାର ଚତୁର୍ଦିଗରେ ମାଡି ଚାଲିଛି ଏହି ଭାଇରସ । ରବିବାର ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ପୁରୁଷ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାରେ 1294 କୋରୋନା ପଜିଟିଭ
ଜିଲ୍ଲାରେ 1294 କୋରୋନା ପଜିଟିଭ
author img

By

Published : Sep 7, 2020, 8:03 AM IST

ଅନୁଗୋଳ: ଜିଲ୍ଲାରେ ଅଣାୟତ୍ତ କରୁଛି କୋରୋନା । ରବିବାର 83 ନୂତନ କୋରୋନା ଚିହ୍ନଟ ପରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1294ରେ ପହଞ୍ଚିଛି । ଏନେଇ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

ରବିବାର ଚିହ୍ନଟ ଆକ୍ରନ୍ତଙ୍କ ମଧ୍ୟରେ ତାଳଚେରରେ ସର୍ବାଧିକ 28 ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 16 ଜଣ ପୁରୁଷ ଥିବାବେଳେ 12 ଜଣ ମହିଳା ଅଛନ୍ତି । ଅନୁଗୋଳ ବ୍ଲକରୁ 14 ସଂକ୍ରମିତଙ୍କ ମଧ୍ୟରୁ 11 ଜଣ ପୁରୁଷ ଓ 3 ଜଣ ମହିଳା ରହିଛନ୍ତି । ସେହିପରି କିଶୋରନଗର ବ୍ଲକରୁ 11 ଜଣଙ୍କ ମଧ୍ୟରେ 7 ପୁରୁଷ ଓ 4 ମହିଳାଙ୍କ ଠାରେ କୋରୋନା ପଜିଟିଭ ରିପୋର୍ଟ ହୋଇଛି ।

ଜିଲ୍ଲାରେ 1294 କୋରୋନା ପଜିଟିଭ
ଜିଲ୍ଲାରେ 1294 କୋରୋନା ପଜିଟିଭ

ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ ଜଣ ଆକ୍ରାନ୍ତ ପୁରୁଷ । ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୭ଜଣ ଙ୍କ ମଧ୍ୟରେ ୬ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ଜଣେ ମହିଳା ।ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି, ସେହିପରି ପାଲଲହଡ଼ା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି ।

ସମସ୍ତେ ଅନ୍ୟ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କୋରୋନା ପଜିଟିଭ ହୋଇଥିବାର ଜଣାପଡ଼ିଛି। ଏହା ମଧ୍ୟରେ ସୁସ୍ଥ ହୋଇଥିବା ୧୨ ଜଣ ଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୫୧୬ ଜଣଙ୍କୁ ମିଶେଇ ସୁସ୍ଥଙ୍କ ସଂଖ୍ଯା ୫୨୮ ରେ ପହଞ୍ଚିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.