ଅନୁଗୋଳ: ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ପଡିବ କି ପୂର୍ଣ୍ଣଚ୍ଛେଦ କାରଣ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ମଧ୍ୟପ୍ରଦେଶ ଫେରିଯିବ ଅନୁଗୋଳ ସାତକୋଶିଆରେ ବନ୍ଦୀଥିବା ବାଘୁଣୀ । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ । ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘରିଲା ଏନକ୍ଲୋଜରକୁ ନିଆଯିବ। ସେଠାରେ ଏନକ୍ଲୋଜରର ମରାମତି ଚାଲିଛି। ଖୁବଶୀଘ୍ର କାମ ସରିଯିବ।
ଏନେଇ ଓଡିଶା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଓ ମଧ୍ୟପ୍ରଦେଶ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ସହ କଥା ହୋଇଥିବା ସୂଚନା ଦେଇଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟ । ସେଠାରୁ ଏକ ବିଶେଷଜ୍ଞ ଦଳ ଆସି ବାଘୁଣୀକୁ ନେବେ ।
ବାଘୁଣୀ ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ଗାଡି ମଧ୍ୟ ସେଠାରୁ ଆସିବ ବୋଲି ସୂଚନା ଦେଇଛନ୍ତି କ୍ଷେତ୍ର ନିର୍ଦ୍ଦେଶକ । ମଣିଷ ମାରିବା ପରେ ସାତକୋଶିଆ ଅଭୟାରଣ୍ୟରୁ ବାଘୁଣୀକୁ ପୁଣି ଥରେ ଟ୍ରାଙ୍କୁଲାଇଜିଙ୍ଗ କରାଯାଇ ରାଇଗୁଡା ଏନକ୍ଲୋଜରରେ ରଖାଯାଇଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ