ETV Bharat / state

ପୋଲ ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର

55 ଜାତୀୟ ରାଜପଥର ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଶିବମନ୍ଦିର ନିକଟରେ ଥିବା ଏକ ନାଳ ନିକଟରେ ଥିବା ପୋଲ ତଳୁ ମହିଳାଙ୍କ ମୃତ ଦେହ ଉଦ୍ଧାର । ଅଧିକ ପଢନ୍ତୁ...

ପୋଲ ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର
ପୋଲ ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର
author img

By

Published : Mar 3, 2021, 8:44 PM IST

ଅନୁଗୋଳ : ପୋଲ ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର । ପୋଲ ନିକଟରୁ ମିଳିଛି ମହିଳାଙ୍କ ବ୍ୟାଗ । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ନାନା କଳ୍ପନା ଜଳ୍ପନା ଚାଳିଛି । ଘଟଣା ଘଟିଛି 55 ଜାତୀୟ ରାଜପଥର ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଶିବମନ୍ଦିର ନିକଟରେ ଥିବା ଏକ ନାଳ ନିକଟରେ ।

ପୋଲ ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର

ପୋଲ ତଳୁ ଏହି ବୟସ୍କା ମହିଳାଙ୍କ ମୃତ ଶରୀରକୁ ବାମୁର ଦମକଳ ବାହିନୀ ଉଦ୍ଧାର କରିଛି । ହଣ୍ଡପା ପୋଲିସ ଦେଇଥିବା ସୂଚନା ମୁତାବକ ମହିଳାଙ୍କ ଘର ହଣ୍ଡପା ଥାନା ଅନ୍ତର୍ଗତ ଗୁଣ୍ତୁରୀମୁଣ୍ଡା ଗାଁର ସଞ୍ଜୁ ନାଏକ, ବୟସ ୪୫ ।

ସେ ଆଜି ସକାଳ ୧୧ଟା ବେଳକୁ ହଣ୍ଡପା ସାପ୍ତାହିକ ବଜାରକୁ ସଉଦା କରିବାକୁ ଯାଇଥିଲେ । ଅନୁମାନ କରାଯାଉଛି ହାଟରୁ ଫେରିବା ସମୟରେ କିଛି କାରଣରୁ ନାଳ ନିକଟକୁ ଆସିଥିଲେ । ନାଳର ଉପରେ ଥିବା ପୋଲ ନିକଟରେ ମହିଳାଙ୍କ ବ୍ୟାଗଟି ପଡିଥିଲା । କେଉଁ କାରଣରୁ ସେ ନାଳକୁ ଆସିଥିଲେ ନାଁ ତାଙ୍କୁ କେହି ନାଳ ଭିତରକୁ ଠେଲି ଦେଇଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ହଣ୍ଡପା ପୋଲିସ ପହଞ୍ଚି ଅନୁସନ୍ଧାନ କରିବା ସହ ମୃତ ଶରୀର ବ୍ୟବଚ୍ଛେଦ ପାଇଁ ହଣ୍ତପା ଡାକ୍ତରଖାନାକୁ ପଠାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.