ETV Bharat / state

ଅସନବାହାଳି ଗାଁକୁ ଛୁଇଁନି କୋରୋନା

ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଅସନବାହାଳି ଗାଁ । ଯେଉଁଠି କେବଳ ୩୦ଟି ଆଦିବାସୀ ପରିବାର ବସବାସ କରନ୍ତି । ଏହି ଗାଁରେ ଏ ପର୍ଯ୍ୟନ୍ତ ପଶି ପାରିନି କୋରୋନା ଭାଇରସ । ଏହା କେବଳ ସମ୍ଭବ ହୋଇ ପାରିଛି ଗ୍ରାମବାସୀଙ୍କ ବ୍ୟାପକ ସଚେତନତା ପାଇଁ । ଅଧିକ ପଢନ୍ତୁ...

ଜଙ୍ଗଲୀ ଗାଁକୁ ଛୁଇଁନି କୋରୋନା
ଜଙ୍ଗଲୀ ଗାଁକୁ ଛୁଇଁନି କୋରୋନା
author img

By

Published : Nov 28, 2020, 10:01 AM IST

ଅନୁଗୋଳ: କୋରୋନା ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଚିନ୍ତାରେ । ପୁରପଲ୍ଲୀରୁ ସହର ନଗର ପର୍ଯ୍ୟନ୍ତ ଏହି ମାରାତ୍ମକ ଭୁତାଣୁ ବ୍ୟାପିବାରେ ଲାଗିଛି । ଏଥିରୁ ମୁକ୍ତି ପାଇବା ପାଇଁ କେବଳ ସଚେତନତା ହିଁ ଏକମାତ୍ର ବିକଳ୍ପ ହୋଇଥିବାରୁ ଲୋକେ ସଚେତନ ହେଉଛନ୍ତି । କିନ୍ତୁ ଏମିତି ଏକ ଗାଁ ଯେଉଁଠି ଏ ପର୍ଯ୍ୟନ୍ତ ପଶି ପାରିନି କୋରୋନା ଭାଇରସ । ଏହା କେବଳ ସମ୍ଭବ ହୋଇ ପାରିଛି ଗ୍ରାମବାସୀଙ୍କ ବ୍ୟାପକ ସଚେତନତା ପାଇଁ ।

ଜଙ୍ଗଲୀ ଗାଁକୁ ଛୁଇଁନି କୋରୋନା

ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଅସନବାହାଳି ଗାଁ । ଯେଉଁଠି କେବଳ ୩୦ଟି ଆଦିବାସୀ ପରିବାର ବସବାସ କରନ୍ତି । ଗାଁଟି ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ଭିତରେ ଥିବାରୁ ବାହାର ଜଗତ ସହ ସମ୍ପର୍କ ନାହିଁ କହିଲେ ଚଳେ । କେବଳ ରାସନ ସାମଗ୍ରୀ ନେବାକୁ ସାତ ପାହାଡ଼ ଡେଇଁ ଲୋକେ ବାହାରକୁ ଆସନ୍ତି । ଗାଁ ଭିତରେ ଚାଷବାସ କରି ନିଜ ପାଇଁ ନିଜେ ଖାଦ୍ୟ ସଶ୍ୟ ଓ ପନିପରିବା ଉତ୍ପନ କରନ୍ତି । ଛେଳି ପାଳନ କରି ଜୀବିକା ନିର୍ବାହ କରନ୍ତି । ସେଭଳି ଏକ ଆଦିବାସୀ ବହୁଳ ଗାଁରେ ଏଯାଏଁ ପହଞ୍ଚି ପାରିନି କୋରୋନା ଭୁତାଣୁ ।

ଏହାର କାରଣ ଯେବେଠୁ କୋରୋନା ସଂକ୍ରମଣ ଆରମ୍ଭ ହେଲା ସେବେଠାରୁ ଗ୍ରାମବାସୀ କୌଣସି ବାହାର ଲୋକଙ୍କୁ ଗାଁ ଭିତରେ ପୁରାଇ ଦେଉ ନାହାଁନ୍ତି । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କୋଭିଡ ପରୀକ୍ଷା ପାଇଁ ଆସିଲେ ମଧ୍ୟ ଲୋକେ ପରୀକ୍ଷା କରାଉ ନାହାଁନ୍ତି । ସେମାନଙ୍କ କହିବା କଥା ହେଲା ବହୁତ ଲୋକଙ୍କ ପରୀକ୍ଷା କରିଥିବା ସ୍ୱାସ୍ଥ୍ୟ କର୍ମଚାରୀ ସଂକ୍ରମିତ ହୋଇନଥିବେ ବୋଲି କିଏ ଜାଣେ । ତେଣୁ ଆମର ପରୀକ୍ଷା କଲେ ସେମାନଙ୍କ ଠାରୁ ଆମକୁ ସଂକ୍ରମଣ ହୋଇପାରେ । ଆମ ସ୍ବାସ୍ଥ୍ୟବସ୍ଥା ଠିକ ଅଛି ଓ ସଚେତନ ଅଛୁ । ଆମର କିଛି ଆବଶ୍ୟକ ନାହିଁ । ତେଣୁ ଅନେକ ଥର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏଠାକୁ ଆସି ଫେରି ଯାଇଛନ୍ତି ।

ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ଜିନିଷ ଆଣିବାକୁ ଗାଁର ଜଣେ କି ଦୁଇ ଜଣ ବ୍ୟକ୍ତି ବାହାରକୁ ଯାଆନ୍ତି । ସେମାନେ ଗାଁକୁ ଫେରିଲେ ପିନ୍ଧିଥିବା ପୋଷାକ ବାହାରେ ରଖନ୍ତି । ଭଲ ଭାବେ ସାନିଟାଇଜ କରନ୍ତି । ତା ପରେ ଯାଇ ଗାଁ ଭିତରକୁ ପଶନ୍ତି । ଆଦିବାସୀ ହେଲେ ମଧ୍ୟ ସେମାନେ ଯେଉଁଭଳି ଭାବେ ସଚେତନତା ଅବଲମ୍ବନ କରୁଛନ୍ତି ତାହାର ଫଳ ସ୍ୱରୂପ ଆଜି କୋରୋନା କବଳରୁ ମୁକ୍ତି ପାଇଛନ୍ତି । ଏହା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.