ETV Bharat / state

ଅନୁଗୋଳରେ ବେକାବୁ କୋରୋନା, ଆଜି ପୁଣି ୨୧୮ ପଜେଟିଭ - ଅନୁଗୋଳ କୋଭିଡ ପଜେଟିଭ

ଅନୁଗୋଳ ଜିଲ୍ଲାରୁ ୨୧୮ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜେଟିଭ ହୋଇଥିବାର ଜଣାପଡିଛି ।

anugul
ଅନୁଗୋଳରେ ବଢୁଛି କୋରୋନା ସଂକ୍ରମଣ
author img

By

Published : Oct 9, 2020, 9:29 PM IST

ଅନୁଗୋଳ: ଆଜି(ଶୁକ୍ରବାର) ଅନୁଗୋଳ ଜିଲ୍ଲାରୁ ୨୧୮ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୫,୮୦୮ ପହଞ୍ଚିଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ଜାରି ଏକ ପ୍ରେସବିବୃତ୍ତିରେ ସୂଚନା ଦିଆଯାଇଛି।

ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ କଣିହାଁ ଅଞ୍ଚଳରୁ ସର୍ବାଧିକ ୪୨ ଜଣ, ତାଳଚେର ପୌରାଞ୍ଚଳରୁ ୩୩ ଜଣ, ବଅଁରପାଳ ବ୍ଳକ ଅଞ୍ଚଳରୁ ୩୦ ଜଣ ଓ୮ଜଣ ମହିଳା, ତାଳଚେର ବ୍ଳକ ଅଞ୍ଚଳରୁ ୨୬ ଜଣ, ଅନୁଗୋଳ ପୌରାଞ୍ଚଳରୁ ୨୬ ଜଣ, ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୧୭ ଜଣ, ଅନୁଗୋଳ ବ୍ଳକ ଅଞ୍ଚଳରୁ ୧୬ ଜଣ ,ପାଳଲହଡା ବ୍ଳକ ଅଞ୍ଚଳରୁ ୧୫ ଜଣ, ଆଠମଲ୍ଲିକ ବ୍ଲକରୁ ୭ ଜଣ ଓ କିଶୋରନଗର ବ୍ଲକ ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜେଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲାରୁ ୧୪୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ଜଣ କୋଭିଡ ହସ୍ପିଟାଲରୁ , ୨ଜଣ କୋଭିଡ କେୟାର ସେଣ୍ଟରରୁ ଓ ୧୨୮ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.