ETV Bharat / state

ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ - ହାତୀର ଚିକିତ୍ସା କଲା ବନବିଭାଗ

2 ସପ୍ତାହ ଧରି ଅସୁସ୍ଥ ଥିବା ମାଈ ହାତୀର ଚିିକିତ୍ସା କଲା ବନ ବିଭାଗ । ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଛି । ଅଧିକ ପଢନ୍ତୁ...

ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ
ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ
author img

By

Published : Apr 15, 2020, 8:55 AM IST

Updated : Apr 15, 2020, 11:43 AM IST

ଅନୁଗୋଳ: ଅସୁସ୍ଥ ହାତୀର ଚିକିତ୍ସା କଲା ବନ ବିଭାଗ । ଅସୁସ୍ଥ ଅବସ୍ଥାରେ ଅନୁଗୋଳ ଜିଲ୍ଲା ଅନୁଗୋଳ ବନଖଣ୍ଡ ଜରପଡା ବନାଞ୍ଚଳର ସୀମାନ୍ତ ରେଞ୍ଜରେ ବୁଲୁଥିବା ମାଈ ହାତୀକୁ ବନ ବିଭାଗ ପକ୍ଷରୁ ଚିକିତ୍ସା କରାଯାଇଛି । ଛୋଟକୋଇଲି ଜଙ୍ଗଲରେ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଛି ।

ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ
ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ

ହାତୀଟି ପ୍ରାୟ ୨ ସପ୍ତାହ ହେବ ଅନୁଗୋଳ, ଜରପଡା,ପୁରୁଣାଗଡ ବନାଞ୍ଚଳରେ ଅସୁସ୍ଥ ହୋଇ ବୁଲୁଥିବା ବନବିଭାଗ ନଜରକୁ ଆସିଥିଲା । ବନ ବିଭାଗ ପକ୍ଷରୁ ହାତୀର ଗତିବିଧିକୁ ନଜର ରଖାଯାଇଥିଲା । ଛୋଟକୋଇଲି ନିକଟରେ ଟ୍ରାଙ୍କୁଲାଇଜ କରାଯାଇ ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକଙ୍କ ହାତୀର ଉପଶମ କରାଯାଇଛି ।

ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ

ହାତୀର ବୟସ ୨୦ କିମ୍ବା ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପେଟ କିମ୍ବା ମଳଦ୍ୱାରେ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଏକ ଟିମ୍ ତା ଉପରେ ନଜର ରଖିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 15, 2020, 11:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.