ETV Bharat / state

ଜିମ ସେଣ୍ଟରକୁ ନେଇ ଯୁବଗୋଷ୍ଠୀ-ପୌରପାଳିକା ମୁହାଁମୁହିଁ - ଅନୁଗୋଳରେ ଜବରଦଖଲରେ ଜିମ ସେଣ୍ଟର

ଜିମକୁ ନେଇ ପୌରପାଳିକା ଓ ଯୁବଗୋଷ୍ଠୀ ମୁହାଁମୁହିଁ । ଜବରଦଖଲରେ ଜିମ ସେଣ୍ଟରକୁ ପୌରପାଳିକାର ଅଧିନକୁ ଆଣିଲେ ଜିଲ୍ଲାପାଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜବରଦଖଲ ଥିବା ଜିମ ସେଣ୍ଟରକୁ ହଡପିଲା ପୌରପାଳିକ

author img

By

Published : Nov 3, 2020, 5:21 PM IST

ଅନୁଗୋଳ: ଜିମକୁ ନେଇ ପୌରପାଳିକା ଓ ଯୁବ ଗୋଷ୍ଠୀ ମୁହାଁମୁହିଁ । ଘଟଣାରେ ନିଜେ ହସ୍ତକ୍ଷେପ କରି ଜବରଦଖଲରେ ଜିମ ସେଣ୍ଟରକୁ ପୌରପାଳିକାର ଅଧିନକୁ ଆଣିଲେ ଜିଲ୍ଲାପାଳ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ପୌରପାଳିକା ଅଞ୍ଚଳରେ ।

ଜବରଦଖଲ ଥିବା ଜିମ ସେଣ୍ଟରକୁ ହଡପିଲା ପୌରପାଳିକ

ପୌରପାଳିକା ଦ୍ୱାରା ପରିଚାଳିତ କଳାକେନ୍ଦ୍ର ଉପରେ ଏକ ଜିମ ସେଣ୍ଟର ଆରମ୍ଭ ହୋଇଥିଲା । ଯାହା ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ପାଣ୍ଠିରୁ ନିର୍ମାଣ ହୋଇ ତାଙ୍କ ସୁପାରିଶରେ ଜେନେରାଲ ୟୁଥ ମାସ୍ ଆସୋସେନ ନାମକ ଏକ ଯୁବ ଗୋଷ୍ଠୀକୁ ଦିଆଯାଇଥିଲା । ସରକାରୀ ସମ୍ପତ୍ତି ଭୁଲ କାଗଜପତ୍ର କରି ଜବରଦଖଲ ହୋଇଥିବା ଦର୍ଶାଇ ତାକୁ ପୌରପାଳିକା ନିଜ ଦଖଲକୁ ନେଇଛି ।

ଯାହାକୁ ନେଇ ଆସନ୍ତୋଷ ପ୍ରକାଶ କରିଛନ୍ତି ଯିମ ପରିଚଳା କରୁଥିବା ଯୁବ ଗୋଷ୍ଠୀ । ସେମାନେ ନିଜସ୍ୱ ଉଦ୍ୟମରେ ସାଂସଦକୁ କହି ଏହା ନିର୍ମାଣ କରାଇଥିଲେ ଓ ଏହାର ପରିଚଳା କରୁଥିଲେ । ପୌରପାଳିକା ଯାହା କରିଛି ତାହା ସେମାନଙ୍କ ପାଇଁ ଅନ୍ୟାୟ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହି ଯୁବ ଗୋଷ୍ଠୀଙ୍କୁ ତାଙ୍କ ସେଣ୍ଟର ଆଇନ ଅନୁଯାୟୀ ଫେରାଇ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.