ETV Bharat / state

ଝାଡୁ କାରିଗରଙ୍କ ଦୁଃଖ ବଢ଼ାଉଛି ତାଲାବନ୍ଦ - effects of corona lockdown

ସାରା ଦେଶରେ ତଲାବନ୍ଦ ଯୋଗୁଁ ଏବେ ଅନେକ ଲୋକଙ୍କ ଜୀବିକା ବୁଡିବାକୁ ବସିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ ।

livelihoods of broom artisans
ଝାଡୁ କାରିଗରଙ୍କ ଦୁଃଖ ବଢ଼ାଉଛି ତଲାବନ୍ଦ
author img

By

Published : Apr 13, 2020, 8:25 PM IST

ଅନୁଗୋଳ: ଝାଡୁ କାରିଗରଙ୍କ ଜୀବନ ଜୀବିକା ବୁଡାଉଛି କୋରୋନା ଭାଇରସ। ସାରା ଦେଶରେ ତାଲାବନ୍ଦ ଯୋଗୁଁ ଏବେ ଅନେକ ଲୋକଙ୍କ ଜୀବିକା ବୁଡିବାକୁ ବସିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ । ଛତିଶଗଡ଼ରୁ ଆସି ଅନୁଗୋଳରେ ରହି ଝାଡୁ ତିଆରି କରି ଜୀବିକା ନିର୍ବାହ କରୁଥିବା 13 ପରିବାର ଏବେ ତାଲାବନ୍ଦ ଯୋଗୁଁ ଚିନ୍ତାରେ ।

ଝାଡୁ କାରିଗରଙ୍କ ଦୁଃଖ ବଢ଼ାଉଛି ତଲାବନ୍ଦ

କୋରୋନା ଉଜାଡ଼ି ଦେଇଛି ସେମାନଙ୍କର ଜୀବିକା । ଜିଲ୍ଲାର ଛେଣ୍ତିପଦା ବ୍ଲକର ରାଇଝରଣ ପଞ୍ଚାୟତର ଧୁବାମଳିହା ଗାଁରେ ରହୁଥିବା ପ୍ରାୟ ୧୩ଟି ପରିବାର ଏବେ ଦୁଃଖରେ । ଛତିଶଗଡରୁ ଆସି ଏହି ପରିବାର ୫ରୁ ୬ ବର୍ଷ ହେବ ଏଠାରେ ଆସି ରହୁଛନ୍ତି। ଜଙ୍ଗଲରୁ ଖଜୁରୀ ପତ୍ର ସଂଗ୍ରହ କରି ବିଭିନ୍ନ କିସମର ଝାଡୁ ତିଆରି କରି ଚାରିଆଡେ ବୁଲିବୁଲି ବିକ୍ରି କରି ସେଥିରୁ ଯାହା ମିଳୁଛି ସେତିକିରେ ସେମାନଙ୍କର ତେଲ ଲୁଣ ସଂସାର ଚାଲୁଥିଲା ।

livelihoods of broom artisans
ଝାଡୁ କାରିଗରଙ୍କ ଜୀବିକା ବୁଡାଉଛି କୋରୋନା

ହେଲେ କଟକଣା ହେବା ଦିନଠାରୁ ଆଉ ଏମାନେ ଝାଡୁ ବିକ୍ରି କରିବାକୁ ବାହାରକୁ ଯାଇ ପାରୁନାହାନ୍ତି। ଯାହା କିଛି ସଞ୍ଚୟ ଥିଲା ତାହା ସାରିଲାଣି। ଏବେ ସେମାନେ କରିବେ କଣ। ଖାଇବେ କଣ। ଏମିତି ଅନେକ ଚିନ୍ତା। ରାଜ୍ୟ ସରକାର ପୁଣି ତାଲାବନ୍ଦ ଅବଧି ବଢାଇବା ନିଷ୍ପତି ପରେ ଏବେ ଚିନ୍ତାରେ ଏହି ଝାଡୁ କାରିଗର । ତେବେ ସରକାରଙ୍କ ତରଫରୁ ଏମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିଲ ମଧ୍ୟ ଏହା ବଦଳରେ ଝାଡୁ ବିକ୍ରି ବ୍ୟବସ୍ଥା କରିବାକୁ ସରକାରଙ୍କୁ ଗୁହାରି କରିଛନ୍ତି ।

livelihoods of broom artisans
ଝାଡୁ କାରିଗରଙ୍କ ଜୀବିକା ବୁଡାଉଛି କୋରୋନା

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.