ETV Bharat / state

ପ୍ରହସନ ପାଲଟିଛି 5T ଯୋଜନା: 50ବର୍ଷ ଧରି ମରାମତି ହୋଇନି ସ୍କୁଲ, ଗଛମୂଳେ ଚାଲିଛି ପାଠପଢା

author img

By ETV Bharat Odisha Team

Published : Aug 27, 2023, 7:15 PM IST

ଗଛମୂଳରେ ବସି ପାଠ ପଢୁଛନ୍ତି ବାଲିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। 50ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ସ୍କୁଲର ମରାମତି କରାଯାଇନଥିବାବେଳେ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡିଛି। ଅଧିକ ପଢନ୍ତୁ

classes running under tree
50ବର୍ଷ ଧରି ମରାମତି ହୋଇନି ସ୍କୁଲ
50ବର୍ଷ ଧରି ମରାମତି ହୋଇନି ସ୍କୁଲ

ଅନୁଗୋଳ: ରାଜ୍ୟରେ ପ୍ରତ୍ୟେକ ସ୍କୁଲକୁ ନବୀକରଣ କରାଯାଉଥିବାବେଳେ ଅନୁଗୋଳରେ ଦେଖିବାକୁ ମିଳିଛି ବିପରୀତ ଚିତ୍ର। ବାଲିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପଜ୍ଜନକ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଏପରିକି ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ଅଧିକାଂଶ ସମୟରେ ଗଛ ମୂଳେ ବସି ପାଠ ପଢୁଛନ୍ତି। ଅନେକ ସମୟରେ ଗୋଟିଏ ଶ୍ରେଣୀ ଗୃହରେ ୩ଟି ଶ୍ରେଣୀର ପିଲା ଏକାଠି ବସି ପାଠ ପଢୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ସୁଦ୍ଧା ସେମାନଙ୍କ ପାଇଁ ଆବଶ୍ୟକ ମୁତାବକ ଶ୍ରେଣୀ ଗୃହ ନାହିଁ ।

ଦୀର୍ଘ ବର୍ଷ ହେଲା କୌଣସି ଶ୍ରେଣୀ ଗୃହର ମରାମତି ହୋଇନଥିବାରୁ ସବୁ ଭାଙ୍ଗି ରୁଜି ଗଲାଣି । କେତେକ ଶ୍ରେଣୀ ଗୃହର କାନ୍ଥ ଫାଟି ଆଁ କରିଥିବାବେଳେ ଝରକା କବାଟ ଊଇ ଲାଗି ନଷ୍ଟ ହୋଇଯାଇଛି । ଏହାସହ ଆଜବେଷ୍ଟସ୍‌ ଫାଟି ଯାଇଥିବାବେଳେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଛି ଶ୍ରେଣୀଗୃହର ଅବସ୍ଥା । ପିଲାମାନଙ୍କୁ ଏଭଳି ଶ୍ରେଣୀ ଗୃହରେ ବସାଇବାକୁ ଅଭିଭାବକମାନେ ଶିକ୍ଷକଙ୍କୁ ବାରଣ କରିବାରୁ ଭଲ ଥିବା ଦୁଇଟି ଶ୍ରେଣୀଗୃହରେ ବସି ସମସ୍ତ ପିଲା ପାଠ ପଢୁଛନ୍ତି।

ଯେଉଁଥିପାଇଁ ଅସୁବିଧା ହେବାରୁ ବାଧ୍ୟ ହୋଇ ପିଲାମାନଙ୍କୁ ଗଛ ମୂଳେ ବସାଇ ପାଠ ପଢ଼ାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ବର୍ଷା ହେଲେ ସ୍କୁଲ ଛୁଟି ହେଉଥିବାବେଳେ ଏଭଳି ଅବସ୍ଥାରେ ଚାଲିଛି ଶିକ୍ଷାଦାନ । ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଅଭିଭାବକମାନେ ସ୍କୁଲ ମରାମତି ପାଇଁ ନିବେଦନ କରିଥିଲେ। ଫଳରେ ଶ୍ରେଣୀ ଗୃହ ଗୁଡିକର କୌଣସି ମରାମତି କରାନଯାଇ କେବଳ ନୂଆ ଆଜ୍‌ବେଷ୍ଟସ୍‌ ପକାଇବାକୁ ପଞ୍ଚାୟତ ତରଫରୁ ଉଦ୍ୟମ କରାଯାଇଥିଲା । ହେଲେ ଏହାକୁ ଅଭିଭାବକମାନେ ବିରୋଧ କରିବାରୁ ପୂର୍ବ ଭଳି ଭଙ୍ଗା ଦଦରା ଅବସ୍ଥାରେ ରହିଛି ସ୍କୁଲ ଘର । ତେଣୁ ସ୍କୁଲ୍‌ ପରିଚାଳନା କମିଟି କିଛି ଦିନ ପୂର୍ବରୁ ଏକ ବୈଠକ କରିଛି । ଆସନ୍ତା 1 ମାସ ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ନନେଲେ ସେମାନେ ଆଉ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡିବେ ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନେଇଛନ୍ତି ।

ଏହା ବି ପଢନ୍ତୁ...Fake Mo School Website: ଚାକିରି ଆଶାୟୀଙ୍କୁ ଠକିବାକୁ ସରକାରୀ ଥୋପ ! ମୋ ସ୍କୁଲ ଅଭିଯାନ ନାଁରେ ଠକୁଥିବା ଠକ ଗିରଫ

ସୂଚନା ଅନୁସାରେ, ଏହି ପ୍ରାଥମିକ ସ୍କୁଲଟି ପ୍ରାୟ ୫୦ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା । ଏବେ ମଧ୍ୟ ପଞ୍ଚାୟତର ପ୍ରାୟ ୫/୬ଟି ଗାଁର ପିଲାମାନେ ଏହି ସ୍କୁଲ ଉପରେ ନିର୍ଭର କରନ୍ତି । କିନ୍ତୁ ସ୍କୁଲ ନିର୍ମାଣ ହେବା ଦିନଠାରୁ କେବେ ହେଲେ ମରାମତି କରାଯାଇନାହିଁ । ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି, "ପଞ୍ଚାୟତରେ ଥିବା ପ୍ରାଥମିକ ସ୍କୁଲଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ଦାୟିତ୍ୱ ଦିଆ ଯାଇଛି । ତେଣୁ ପଞ୍ଚାୟତ ହିଁ ଏହା କରି ପାରିବ ।" ସେପଟେ ସରପଞ୍ଚ ମମତା ପ୍ରଧାନ କହିଛନ୍ତି, "ମରାମତି ପାଇଁ ମାତ୍ର ଦେଢ଼ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ସେତିକିରେ ମରାମତି କରିବା ଆଦୌ ସମ୍ଭବ ନୁହେଁ । ଅଧିକ ଆର୍ଥିକ ଅନୁଦାନ ଦେଲେ ଆମେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବୁ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.