ଅନୁଗୋଳ: ଜିଲ୍ଲା ପରିଷଦ ସମ୍ମିଳନୀରେ ହଟ୍ଟଗୋଳ । ବୈଠକରେ କକ୍ଷ ତ୍ୟାଗ କଲେ ସମସ୍ତ ସଦସ୍ୟ । ଠିକ୍ରେ ବୈଠକ ହେଉ ନଥିବା ଓ ପରିଷଦକୁ ମମ୍ମାନ ମିଳୁନଥିବାରୁ କକ୍ଷ ଛାଡିଲେ ସଦସ୍ୟ ।
ସଦସ୍ୟଙ୍କ କହିବା ଅନୁସାରେ, ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ଜିଲ୍ଲା ପରିଷଦଙ୍କୁ ମିଳୁନି ସମ୍ମାନ । କୌଣସି ସରକାରୀ ଅଫିସ ଗଲେ ଅଧିକାରୀ ପରିଷଦଙ୍କୁ ଚିହ୍ନୁ ନାହାନ୍ତି । ବଂର ତାଙ୍କୁ ଅସମ୍ମାନ କରୁଛନ୍ତି । ଯାହା ବିରୁଦ୍ଧରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ଅନୁଗୋଳର ଜିଲ୍ଲା ପରିଷଦ ସଦସ୍ୟ ।
ଆଜି(ବୁଧବାର) ବସିଥିବା ପରିଷଦର 49 ତମ ସାଧାରଣ ପରିଷଦ ବୈଠକରେ ସଦସ୍ୟ ହଟ୍ଟଗୋଳ କରିବା ସହ କକ୍ଷ ତ୍ୟାଗ କରିଥିଲେ । ଗତ ଅଢେଇ ବର୍ଷରେ ମାତ୍ର ପାଞ୍ଚୋଟି ବୈଠକ କରାଯାଇଥିବା ବେଳେ ବୈଠକରେ ଯାହା ନିଷ୍ପତି ନିଆଯାଇଛି ତାହା କାର୍ଯ୍ୟକାରୀ ହେଉ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।
ଏନେଇ ଆଜି(ବୁଧବାର) ସମସ୍ତ ଲୋକ ବିଧାୟକ, ସାଂସଦ, ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ପଞ୍ଚାୟତ ସମିତି ଲୋକ ପ୍ରତିନିଧି ଏହି ବୈଠକରେ ସାମିଲ ହୋଇଥିଲେ ।
ସେପଟେ ସଭ୍ୟଙ୍କୁ ବୁଝାଇବା ପାଇଁ ଅଧିକାରୀ ଜିଲ୍ଲାପାଳ, ବିଧାୟକ ଓ ସାଂସଦ ଉଦ୍ୟମ ଜାରି ରଖିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ