ଅନୁଗୋଳ: ଶିକ୍ଷକଙ୍କ ଉନ୍ମତ କାଣ୍ଡ । ମାତାଲ ହୋଇ ସ୍କୁଲରେ ସୃଷ୍ଟି କଲେ ବିଶୃଙ୍ଖଳା । ଶିକ୍ଷକଙ୍କୁ କାବୁ କରି ପୋଲିସର ଜିମା ଦେଲେ ଲୋକେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ।
ସୂଚନାମୁତାବକ, ବ୍ଲକର ଅନ୍ଧାରିକଟା ପ୍ରାଥମିକ ବିଦ୍ୟାଳୟରର ଶିକ୍ଷକ ବିଭୂତି ଭୂଷଣ ବେହେରା । ମଙ୍ଗଳବାର ବିଭୂତି ଅପରାହ୍ନ ସମୟରେ ହଠାତ ସ୍କୁଲକୁ ମଦ ପିଇ ଆସି ପାଟିତୁଣ୍ଡ କରିବା ସହ ପିଲାମାନଙ୍କୁ ମାଡ ପିଟି କରିଥିଲେ ।
ଏହାକୁ ସାଥୀ ଶିକ୍ଷକ ବାରଣ କରିବାରୁ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ମାଡ ମାରିବାକୁ ପଛାଇ ନଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପହଞ୍ଚି ମାତାଲ ଶିକ୍ଷକଙ୍କୁ ଥାନାକୁ ଆଣିଥିଲା । ପୋଲିସ ଶିକ୍ଷକଙ୍କୁ ଥାନାରେ ଅଟକ ରଖିବା ପରେ ଏବେ ଛାଡି ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଂଜନ ନାଥ, ଇଟିଭି ଭାରତ