ETV Bharat / state

ବାଳିକାଙ୍କୁ ସଶକ୍ତ କରିବାକୁ TTPSର ପ୍ରୟାସ - ତାଳଚେର ଥର୍ମାଲ ପାଓ୍ବାର ପ୍ରଶିକ୍ଷଣ ଶିବିର

ଛାତ୍ରୀଙ୍କ ଆଗକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି Talcher Thermal Power Station । ଅଧିକ ପଢନ୍ତୁ

ବାଳିକାକୁ ଶଶକ୍ତ କରିବାକୁ TTPSର ପ୍ରାୟସ
ବାଳିକାକୁ ଶଶକ୍ତ କରିବାକୁ TTPSର ପ୍ରାୟସ
author img

By

Published : May 22, 2022, 8:55 PM IST

ଅନୁଗୋଳ: ଛାତ୍ରୀଙ୍କ ଆଗକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ତାଳଚେର ଥର୍ମାଲ ପାୱାର ଷ୍ଟେସନ । ସେମାନଙ୍କର ଶିକ୍ଷାଠାରୁ ଆରମ୍ଭ କରି କିଭଳି ବୌଦ୍ଧିକ ଜ୍ଞାନର ବିକାଶ କରାଯାଇ ପାରିବ ସେନେଇ କମ୍ପାନୀ ପକ୍ଷରୁ ଚାରି ସପ୍ତାହ ବ୍ୟାପୀ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି ।

ବାଳିକାକୁ ଶଶକ୍ତ କରିବାକୁ TTPSର ପ୍ରାୟସ

NTPCର Talcher Thermal Power Station ପକ୍ଷରୁ କେବଳ ବାଳିକାଙ୍କୁ ସଶକ୍ତିକରଣ ମିଶନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏହି ଶିବିରକୁ ଉଦଘାଟନ କରିଛନ୍ତି ତାଳଚେର ଥର୍ମାଲର ନିର୍ବାହୀ ନିର୍ଦ୍ଦେଶକ K.S Rao । ଥର୍ମାଲରେ ଥିବା DAV Public School ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗତକାଲି(ଶନିବାର) ଠାରୁ ଆୟୋଜିତ ଏହି କାର୍ଯ୍ୟକ୍ରମ 16.6.2022 ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ତାଳଚେର ଥର୍ମାଲ ପାରିପାର୍ଶ୍ବିକ ସରକାରୀ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢୁଥିବା 120 ଜଣ ବାଳିକାଙ୍କୁ ଚାରି ସପ୍ତାହର କର୍ମଶାଳାରେ ସେମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ସହାୟକ ହେଲାଭଳି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ପ୍ରଫୁଲ୍ଲ ବାରିକ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ମାନେ, କାର୍ଯ୍ୟକ୍ରମରେ ଭାଗ ନେଇଥିବା ପିଲାଙ୍କ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ Talcher Thermal Power Stationର ଅଧିକାରୀ ଓ ୟୁନିଅନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.