ଅନୁଗୋଳ: ଚାଷୀ ହିଁ ସମ୍ବାଳିବେ ଦେଶର ମେରୁଦଣ୍ଡ । କୋରୋନା ମୁକାବିଲା ପାଇଁ ସମସ୍ତେ ତାଲା ବନ୍ଦୀରେ ରହି ଲଢେଇ ଲଢୁଥିବା ବେଳେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଚାଷୀ । ଏଥିପାଇଁ ରବିବାର ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନର ଚାଷୀ କରିଛି ବିହନ ଅନୁକୂଳ । ଏହି ଅବସରରେ ଚାଷୀଙ୍କ ମନୋବଳ ଦୃଢ କରିବାକୁ ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଚାଷୀଙ୍କ ସହ ମିଶି ଅଖି ମୁଠି ଅନୁକୂଳ କରିଛନ୍ତି ।
![Talcher mla has boosting farmers' moral](https://etvbharatimages.akamaized.net/etvbharat/prod-images/od-ang-02-talcher-mla-akhimuthi-avo-7202779_26042020154324_2604f_1587896004_572.jpg)
![Talcher mla has boosting farmers' moral](https://etvbharatimages.akamaized.net/etvbharat/prod-images/od-ang-02-talcher-mla-akhimuthi-avo-7202779_26042020154324_2604f_1587896004_1100.jpg)
ସାମାଜିକ ଦୂରତା ରଖି ବିଧି ଅନୁସାରେ ଚାଷ କ୍ଷେତରେ ପୂଜା କରି ଧାନ ବୁଣିବା ସହ ହଳ ମଧ୍ୟ କରିଛନ୍ତି ବିଧାୟକ । ତେବେ ସାରା ଦେଶ ଏକ ଘଡି ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଚାଷୀଙ୍କ ମନୋବଳ ଦୃଢ କରିବାକୁ ସେ ଏହି ପ୍ରୟାସ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ