ETV Bharat / state

କୋରୋନା ମୁକାବିଲା: ସହରରେ ଆରମ୍ଭ ହେଲା ବ୍ୟବସାୟୀଙ୍କ ସ୍ୱାବ ଟେଷ୍ଟ

author img

By

Published : Sep 23, 2020, 5:31 PM IST

ଜିଲ୍ଲାରେ କୋରୋନା ସଂକ୍ରମଣ 3 ହଜାର ଅତିକ୍ରମ କରିଛି । ଯାହାକୁ ନେଇ ପୌରପାଳିକା କର୍ମଚାରୀ ପାରାମେଡିକାଲ ଷ୍ଟାଫ ପୋଲିସ ସହାୟତାରେ ବ୍ୟବସାୟୀଙ୍କର ସ୍ବାବ ଟେଷ୍ଟ କରାଯାଉଛି । ସମ୍ପୂର୍ଣ୍ଣ ପଢନ୍ତୁ...

କୋରନା ମୁକାବିଲା: ସହରରେ ଆରମ୍ଭ ହେଲା ବ୍ୟବସାୟୀଙ୍କ ସ୍ୱାବ ଟେଷ୍ଟ

ଅନୁଗୋଳ: ଜିଲ୍ଲାରେ ବଢିଚାଲିଥିବା କୋରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଆରମ୍ଭ ହୋଇଛି । ଅଧିକରୁ ଅଧିକ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ଆଜି (ବୁଧବାର) ପ୍ରଥମ କରି ଅନୁଗୋଳ ସହରର ବ୍ୟବସାୟୀଙ୍କ ସ୍ୱାବ ସଂଗ୍ରହ ଆରମ୍ଭ ହୋଇଛି । ପୌରପାଳିକା କର୍ମଚାରୀ ପାରାମେଡିକାଲ ଷ୍ଟାଫ ପୋଲିସ ସହାୟତାରେ ବଜାର ମଧ୍ୟରେ ଏହି ସ୍ୱାବ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜିଲ୍ଲାରେ କୋରୋନା ସଂକ୍ରମଣ 3 ହଜାର ଅତିକ୍ରମ କରିଥିବାବେଳେ, ପ୍ରତ୍ୟେକ ଦିନ 200 ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନୁଗୋଳରେ ନୂଆ କରି ଯୋଗଦେଇଥିବା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସ୍ୱାବ ସଂଗ୍ରହ କରାଯାଉଛି । ସପ୍ତାହ ଶେଷ ବୁଧବାର ବ୍ୟବସାୟୀଙ୍କର ସ୍ୱାବ ପରୀକ୍ଷା ପାଇଁ ନିର୍ଦ୍ଦେଶନାମା ରହିଛି ।

ତେବେ ପ୍ରଥମ ଦିନରେ 150 ଜଣଙ୍କ ସ୍ୱାବ ପରୀକ୍ଷା କରାଯିବାର ଲକ୍ଷ୍ୟ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.