ଅନୁଗୋଳ: ସନ୍ଦେହଜନକ ଅବସ୍ଥାରେ ମିଳିଛି ଟ୍ରକ ଡ୍ରାଇଭରଙ୍କ ମୃତଦେହ । ଅନୁଗୋଳ ଜିଲା ବଅଁରପାଳ ଥାନା ବୋଉଳିଗଡ ପଞ୍ଚାୟତ ପୁରୁକିଆ ଖେଳ ପଡିଆରୁ ଉଦ୍ଧାର ହୋଇଛି ମୃତଦେହ । ଡ୍ରାଇଭର ଜଣକ ବାରସିଙ୍ଗା ଗାଁର ସଞ୍ଜୟ ସାମଲ ବୋଲି ଜଣାପଡିଛି ।
ସଞ୍ଜୟ ଗତ ଦଶହରା ପରଦିନ ଠାରୁ ଟ୍ରକ ଚଳାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଆଜି(ଶନିବାର) ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଘଟଣାସ୍ଥଳରେ ସଞ୍ଜୟଙ୍କ ପରିବାର ଲୋକେ ଜଗି ରହିଛନ୍ତି ।
ତେବେ ସଞ୍ଜୟ ଚଳାଉ ଥିବା ଗାଡି ଢେଙ୍କାନାଳରେ ଦୁର୍ଘଟଣା ହେବାପରେ ସେ ନିଖୋଜ ଥିଲେ । ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଥାଇ ପାରନ୍ତି ବୋଲି ପରିବାର ଲୋକେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ