ETV Bharat / state

ଜଳୁଛି କୋଇଲା ନଗରୀ ତାଲଚେର

ରାଜ୍ୟରେ ବଢିଚାଲିଛି ପାରଦ, ପ୍ରତିଦିନ ରେର୍କଡ ଭାଙ୍ଗୁଛି ତାପମାତ୍ରା । ଅସହ୍ୟ ଖରାରେ ଅସ୍ତ ବ୍ୟସ୍ତ ହୋଇପଡୁଛି ଜନ ଜୀବନ । ଘରୁ ବାହାରକୁ ବାହାରିବା ହୋଇ ପଡୁଛି ମୁସ୍କିଲ।

author img

By

Published : Apr 30, 2019, 2:19 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୁଳ

ଅନୁଗୋଳ: ରାଜ୍ୟରେ ବଢିଚାଲିଛି ପାରଦ, ପ୍ରତିଦିନ ରେର୍କଡ ଭାଙ୍ଗୁଛି ତାପମାତ୍ରା । ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନ ଜୀବନ । ପଶ୍ଚିମ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶା ସିଝୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ। ରାଜ୍ୟର ତତଲାଗଡ କୁହାଯାଥିବା ଟିଟାଲାଗଡକୁ ବଳି ଯାଇଛି ତାଲଚେରର ତାପମାତ୍ରା । ପ୍ରଚଣ୍ଡ ରୌଦ୍ରତାପରେ ତାଲଚେର ସହର ଜଳୁଥିବା ବେଳେ ଖରାରୁ ରକ୍ଷା ପାଇବା ପାଇଁ ସରକାର ଜାରି କରିଛନ୍ତି ନିର୍ଦେଶନାମା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୁଳ

ସୂର୍ଯ୍ୟ ଦେବତାଙ୍କ ପ୍ରକୋପରେ ତ୍ରାହି ତ୍ରାହି ଡାକୁଛନ୍ତି ସମଗ୍ର ତାଲଚେର ବାସିନ୍ଦା । ଗୋଟିଏ ପଟେ ସୂର୍ଯ୍ୟଙ୍କ କୋପ ଅନ୍ୟପଟେ କୋଇଲା ଖଣିରେ ଲାଗିଥିବା ନିଆଁର ତାତିରେ ସିଝୁଛନ୍ତି ସ୍ଥାନୀୟ ବାସିନ୍ଦା । ଦିନ ବଢିବା ସହ ବଢୁଛି ତାପମାତ୍ର" ଫଳରେ ସକାଳ 10ଟା ସୁଦ୍ଧା ତାଲଚେର ରାସ୍ତା ଘାଟ ହୋଇ ପଡୁଛି ଶୂନସାନ ।

ଗତ କିଛିଦିନ ଧରି ଲଗାତାର ଭାବେ ତାଲଚେରର ପାରା 40ଡିଗ୍ରୀ ଥିବା ବେଳେ ଗତକାଲି 46 ଡିଗ୍ରୀ ପାରା ସହ ତାଲଚେର ପାଲଟିଯାଇଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଆଗକୁ ଆହୁରୀ ଏକମାସରୁ ଉର୍ଦ୍ଧ ସମୟ ଖରା ବାକିଥିବାରୁ ତାଲଚେରର ତାପମାତ୍ରା ଆହୁରି ବଢିପାରେ ବୋଲି ଲୋକେ ଆଶଙ୍କା କରୁଛନ୍ତି । ଗୋଟିଏ ପଟେ ଖରା ଅନ୍ୟପଟେ ବିଦ୍ୟୁତ କାଟ୍ ଯାହା ତାଲଚେର ବାସୀଙ୍କ ସମସ୍ୟାକୁ ଆହୁରୀ ବଢାଇଦେଉଛି । ଖରାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଉପଜିଲ୍ଲାପାଳ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BANAJA 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.