ETV Bharat / state

NOC ପାଇଁ ଫାଇନାନ୍ସ କମ୍ପାନୀ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

author img

By

Published : Aug 22, 2023, 7:19 AM IST

ଋଣ ସୁଝିବା ପରେ ବି ଫାଇନାନ୍ସ କମ୍ପାନୀ ଦେଉ ନାହାନ୍ତି NOC । ବାରମ୍ବାର କମ୍ପାନୀ ଅଫିସ ଦୌଡି ଦୌଡି ନୟାନ୍ତ ହେବା ପରେ ଆଜି ଋଣ ପରିଶୋଧ କରିଥିବା ବ୍ୟକ୍ତି ଜଣକ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି । ପେଟ୍ରୋଲ ଓ ବିଷ ବୋତଲ ଧରି କମ୍ପାନୀ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ

NOC ପାଇଁ ଫାଇନାନ୍ସ କମ୍ପାନୀ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ
NOC ପାଇଁ ଫାଇନାନ୍ସ କମ୍ପାନୀ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ
NOC ପାଇଁ ଫାଇନାନ୍ସ କମ୍ପାନୀ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ: ଋଣ ସୁଝିବା ପରେ ମଧ୍ୟ ଫାଇନାନ୍ସ କମ୍ପାନୀ ଦେଉ ନାହାନ୍ତି NOC । ବାରମ୍ବାର କମ୍ପାନୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ଋଣ ପରିଶୋଧ କରିଥିବା ବ୍ୟକ୍ତି ଜଣକ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି । ପ୍ରଥମେ ହାତରେ ପେଟ୍ରୋଲ ଓ ବିଷ ବୋତଲ ଧରି କମ୍ପାନୀ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଭଳି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଚୋଲା ଫାଇନାନ୍ସ ଅଫିସ ଆଗରେ ।

ଅନୁଗୁଳ ଜିଲ୍ଲାର ଜରପଡା ଥାନା ଦୁର୍ଗାପୁର ଗାଁ ଟାଙ୍ଗିରି ସାହିର ଚକ୍ରଧର ସାହୁ ନାମକ ବ୍ୟକ୍ତି ଚୋଲା ମଣ୍ଡଳ ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ 2020 ମସିହାରେ ଏକ 16 ଚକିଆ ଟ୍ରକ ଋଣରେ ନେଇଥିଲେ । ଏଥିପାଇଁ କମ୍ପାନୀରୁ ସେ 9 ଲକ୍ଷରୁ ଅଧିକ ଟଙ୍କା ଋଣ ନେଇଥିଲେ । ଯାହା ବାବଦକୁ ମାସିକ କିସ୍ତି ଆକାରରେ ଚକ୍ରଧର ଋଣ ପରିଶୋଧ କରିଥିଲେ । ଗତ ମେ' ମାସରୁ ସେ କିସ୍ତି ସୁଝି ଥିଲେ ମଧ୍ୟ ତାଙ୍କୁ NOC ଦେଉନାହିଁ ଚୋଲା ଫାଇନାନ୍ସ କମ୍ପାନୀ । ଚକ୍ରଧର ଗାଡି ଚଳାଇ ପାରୁ ନଥିବାରୁ ସେ ଗାଡି ବିକ୍ରି କରିବାକୁ ଚାହୁଁଛନ୍ତି । କିନ୍ତୁ ଚୋଲା ଫାଇନାନ୍ସ କମ୍ପାନୀ ତାଙ୍କୁ NOC ଦେଉ ନଥିବାରୁ,ସେ ଗାଡ଼ି ବିକ୍ରି କରି ପାରୁନାହାନ୍ତି । ସେପଟେ ତାଙ୍କ ପାଇଁ ଗ୍ୟାରେଣ୍ଟର ଥିବା ବ୍ୟକ୍ତି ଋଣ ଖିଲାପକାରି ଦର୍ଶାଇ ଚକ୍ରଧରଙ୍କୁ ନାନା ହଇରାଣ କରୁଛନ୍ତି କମ୍ପାନୀର କର୍ମଚାରୀ । ଯାହା ଫଳରେ ଚକ୍ରଧର 4 ମାସ ହେଲା ନୟାନ୍ତ ହେଲେଣି । ଆଉ କିଛି ଉପାୟ ନ ପାଇ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଋଣ ପରିଶୋଧରେ ବିଳମ୍ବ ହେବାରୁ ମହିଳାଙ୍କୁ ଫାଇନାନ୍ସ କର୍ମଚାରୀଙ୍କ ମାଡ଼, ଥାନାରେ ଏତଲା

ଆଜି ଚକ୍ରଧର ହାତରେ ପେଟ୍ରୋଲ ଓ ବିଷ ବୋତଲ ଧରି କମ୍ପାନୀ ଅଫିସ ସମ୍ମୁଖରେ ଧାରଣା ଦେଇ ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ଏଭଳି ଏକ ଚରମ ଉଦ୍ୟମ ବେଳେ ଅନୁଗୁଳ ଟାଉନ ଥାନା ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଠାରୁ ପେଟ୍ରୋଲ ଏବଂ ଗୋଟିଏ ବିଷ ବୋତଲ୍‌ ଜବତ କରିଛି ପୋଲିସ ।କିଭଳି ତାଙ୍କ ସମସ୍ୟାର ସମାଧାନ ହେବ ସେନେଇ ଆଲୋଚନା କରିଥିଲେ । ଖୁବଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଚୋଲା ଫାଇନାନ୍ସ କମ୍ପାନୀ କର୍ମଚାରୀ ।

ଇଟିଭି ଭାରତ,ଅନୁଗୁଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.