ETV Bharat / state

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Dec 14, 2020, 5:17 PM IST

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବାପ ପୁଅ। ତେବେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ପୋଲିସ ଦୁଇଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଅଧିକ ପଢ଼ନ୍ତୁ...

suicide attempt by father and son in front of angul collector office
ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବାପ ପୁଅ। ତେବେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ପୋଲିସ ଦୁଇଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ଏମସିଏଲ କମ୍ପାନୀ ଆରମ୍ଭ ହେବା ଯୋଗୁଁ ଜମି ହରାଇବା ପରେ ଏଯାଏଁ କ୍ଷତିପୂରଣ ମିଳି ନଥିବାରୁ ଦୁହେଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି ।

ତାଳଚେର ସୋଲଡା ଗାଁର ଅଜୟ ବେହେରା ଓ ତାଙ୍କ ବାପା ସୁରେଶ ବେହେରା ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଏଭଳି ଉଦ୍ୟମ କରିଥିବା ସୂଚନା ମିଳିଛି। ଦେହରେ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରି ନେଇଥିଲେ। ଏମସିଏଲ କୋଇଲା ଖଣି ଆରମ୍ଭ ହେବା ବେଳେ ସୁରେଶ ବେହେରା ମଧ୍ୟ ଜମି ହରାଇଥିଲେ। ହେଲେ ଏଯାଏଁ ଏ ବାବଦକୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏଥିପାଇଁ ଦୀର୍ଘ ଦିନ ହେବ ମହାନଦୀ କୋଇଲା କମ୍ପାନୀରେ ନିଯୁକ୍ତି ଦେବାକୁ ଦାବି କରି ଆସୁଥିଲେ ବାପ ପୁଅ ।

ବାରମ୍ବାର ଏନେଇ ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳି ପାରିନଥିଲା। ଫଳରେ ବାଧ୍ୟ ହୋଇ ଆଜି(ସୋମବାର) ଏଭଳି ଏକ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି ଅଭିଯୋଗକାରୀ। ପୂର୍ବରୁ ଅନେକ ଥର କୋଇଲା ଖଣି କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ ସୁଦ୍ଧା ସେ ନିଯୁକ୍ତି ଦେବାନେଇ ଆପତ୍ତି ଜାହିର କରିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.