ETV Bharat / state

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇର ବିକ୍ଷୋଭ - ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇର ବିକ୍ଷୋଭ

ବେଲଗାମ ହେଉଛି ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର । ସରକାର ଅବଗତ ଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି । ଅଧିକ ପଢ଼ନ୍ତୁ

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇର ବିକ୍ଷୋଭ

author img

By

Published : May 9, 2022, 10:01 PM IST

ଅନୁଗୋଳ : ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ଏସୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ଏସୟୁସିଆଇ କର୍ମୀ ଅନୁଗୋଳ ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ଥିଲେ । ସେଠାରେ ପ୍ରତିବାଦ ସଭା କରାଯାଇଥିଲା ।

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇର ବିକ୍ଷୋଭ

ସରକାର ବାରମ୍ବାର ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କରୁଥିବାରୁ ଗ୧ରିବ ଓ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ପ୍ରତି ମାସରେ ଦର ବୃଦ୍ଧି ଘଟୁଛି । ତେଣୁ ଲୋକେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ ପଡ଼ି ଯାଇଥିବା ବେଳେ ସରକାରଙ୍କ ନିଦ ଭାଙ୍ଗୁନି । ତେଣୁ ଏସୟୁସିଆଇ ଏହାର ବିରୋଧ କରୁଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଆଗାମୀ ଦିନରେ ମଧ୍ୟ ଏଭଳି ଆନ୍ଦୋଳନ ଚାଲୁ ରହିବ ବୋଲି ଏସୟୁସିଆଇ ଚେତାବନୀ ଦେଇଛି । ପ୍ରତିବାଦ ସଭା ପରେ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.