ETV Bharat / state

ବିନା ତାଲିମରେ ସଫଳ ମହୁଚାଷୀ ପ୍ରସନ୍ନ - anugul news

ଯେଉଁ ସମୟରେ ଦେଶର ଚାଷ ଓ ଚାଷୀଙ୍କ ଅବସ୍ଥା ଶୋଚନୀୟ, ସେ ସମୟରେ କିଛି ସଫଳ ଚାଷୀଙ୍କ କାହାଣୀ ଆମ ମନରେ ଚାଷକୁ ନେଇ ଏକ ନୂଆ ଆଶା ଜାଗ୍ରତ କରିଥାଏ । ନା କୌଣସି ତାଲିମ ନା କୌଣସି ସରକାରୀ ସହାୟତା, କିନ୍ତୁ ଆଜି ସେ ସଫଳ ଚାଷୀ । ଜାଣନ୍ତୁ ତାଙ୍କ ବିଷୟରେ...

_ successfull honey farmer of anugul
ବିନା ତାଲିମରେ ସଫଳ ମହୁଚାଷୀ
author img

By

Published : Feb 3, 2020, 11:25 PM IST

ଅନୁଗୋଳ: ଯେଉଁ ସମୟରେ ଦେଶର ଚାଷ ଓ ଚାଷୀଙ୍କ ଅବସ୍ଥା ଶୋଚନୀୟ, ସେ ସମୟରେ କିଛି ସଫଳ ଚାଷୀଙ୍କ କାହାଣୀ ଆମ ମନରେ ଚାଷକୁ ନେଇ ଏକ ନୂଆ ଆଶା ଜାଗ୍ରତ କରିଥାଏ । ନା କୌଣସି ତାଲିମ ନା କୌଣସି ସରକାରୀ ସହାୟତା, କିନ୍ତୁ ଆଜି ସେ ସଫଳ ଚାଷୀ । କେବଳ ଦୃଢ ଇଚ୍ଛା ଶକ୍ତି ଓ ପରିଶ୍ରମ ଆଣିଦେଇଛି ତାଙ୍କୁ ସଫଳତା । ଆମେ କହୁଛୁ ଅନୁଗୋଳ ବଅଁରପାଳ ବ୍ଲକ ବଡକେରଜାଙ୍ଗର ପ୍ରସନ୍ନ ସାହୁଙ୍କ କଥା । ଆଜି ଇଟିଭି ଭାରତର ଏହି ସ୍ବତନ୍ତ୍ର ଉପସ୍ଥାପନାରେ ଭେଟିବା ସଫଳ ମହୁ ଚାଷୀ ପ୍ରସନ୍ନ ସାହୁଙ୍କୁ ।

ବିନା ତାଲିମରେ ସଫଳ ମହୁଚାଷୀ ପ୍ରସନ୍ନ

ବୟସ 60 ଟପିଲାଣି । ହେଲେ ଚାଷ କାମରୁ ବିରତ ହୋଇନାହାଁନ୍ତି । ଗୋପାଳନଠାରୁ ଆରମ୍ଭ କରି ମହୁ ଚାଷ ବିଭିନ୍ନ ଧରଣର ଚାଷ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ସେ । ନିଜସ୍ବ ଉଦ୍ୟମରେ ପିଲାଟି ଦିନରୁ ମହୁମାଛି ସଂଗ୍ରହ କରି ବାକ୍ସରେ ରଖି ମହୁ ସଂଗ୍ରହ କରି ଆସୁଛନ୍ତି । ପ୍ରଥମେ ଗୋଟେ ବାକ୍ସରୁ ଆରମ୍ଭ କରିଥିବା ମହୁଚାଷକୁ ବଡ କରି ବର୍ତ୍ତମାନ 12ଟି ବାକ୍ସ ରଖିଛନ୍ତି । ପ୍ରସନ୍ନଙ୍କ ମହୁ ସମଗ୍ର ଅଞ୍ଚଳରେ ବେଶ୍ ପରିଚିତ । ସୁମଧୁର ମହୁ ପାଇବା ପାଇଁ ସେ ବାକ୍ସ ପାଖରେ ଫୁଲ ଗଛ ମଧ୍ୟ ଲଗାଇଛନ୍ତି ।

ପ୍ରସନ୍ନଙ୍କ ଏହି ସଫଳତା କାହାଣୀ ନେଇ ଆମେ ପହଞ୍ଚିଥିଲୁ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀଙ୍କ ପାଖରେ । ସେ ତାଙ୍କୁ ତାଲିମ ଦେବା ସହ ଆବଶ୍ୟକୀୟ ଉପକରଣ ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଅନ୍ୟପକ୍ଷେ ବାୟୁ ପ୍ରଦୂଷଣ ଓ କଳକାରଖାନା କାରଣରୁ ମହୁମାଛି ମରିଯାଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ମହୁଚାଷୀ ପ୍ରସନ୍ନ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥଙ୍କ ରିପୋର୍ଟ, ଇଟିଭି ଭାରତ

Intro:ନା କୌଣସି ତାଲିମ ନେଇଛନ୍ତି ନା ସରକାରୀ ସ୍ତରରେ କୌଣସି ସହାୟତା ପାଇଛନ୍ତି । କେବଳ ନିଜସ୍ୱ ପ୍ରଚେଷ୍ଠା ତାଙ୍କୁ ଦେଇଛି ସଫଳତା ।ଦୀର୍ଘ 35 ବର୍ଷ ହେବ ନିଜ ଆଗ୍ରହ କରିଚାଲିଛନ୍ତି ମହୁ ଚାଷ । ଯେଉଁ ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଅନୁଗୋଳ ର ଏହି ଚାଷୀ ଜଣକ ।

Body:ଅନୁଗୋଳ ଜିଲା ବଂଅରପାଳ ବ୍ଲକ ବଡ଼ କେରଜାଙ୍ଗ ର ପ୍ରସନ୍ନ ସାହୁ ।ଅଂଚଳରେ ଜଣେ ଭଲ ଚାଷୀ ଭବେ ବେଶ ଜଣ ଶୁଣା । ବୟସ ପ୍ରାୟ 60 ଟପିଲାଣି । ହେଲେ ନିଜ ଚାଷ କାମରୁ କେବେବି ବିରତ ହୋଇ ନାହାନ୍ତି । ଗୋପଲନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କରି ବେଶ ଭଲ ଦୁଇ ପଇସା ରୋଜଗାର କରୁଥିବା ପ୍ରସନ୍ନ ଜଣେ ସଫଳ ମହୁ ଚାଷୀ ଭାବେ ସମଗ୍ର ଜିଲା ରେ ବେଶ ନାଁ କରିଛନ୍ତି । ନିଜସ୍ୱ ଉଦ୍ୟମରେ ସେ ମହୁ ମାଛି ସଂଗ୍ରହ କରି ବକ୍ସ ରେ ରଖି ସେଠାରୁ ମହୁ ସଂଗ୍ରହ କରୁଛନ୍ତି । ଯେଉଁଥିରୁ ତାଙ୍କୁ ବେଶ ଲାଭ ମିଳୁଛି । ଲଗାତାର 35 ବର୍ଷ ହେବ ପ୍ରସନ୍ନ ନିଜସ୍ୱ ଉଦ୍ୟମରେ ଏହି ଚାଷ କରି ଭଲ ଲାଭବାନ ହୋଇଛନ୍ତି ।
byte - 1ପ୍ରସନ୍ନ ସାହୁ , ମହୁଚାଷୀ ।
byte-2 ଭାଗିରଥି ପ୍ରଧାନ , ଗ୍ରାମବାସୀ ।

ପିଲାଟି ଦିନରୁ ପ୍ରସନ୍ନ ଙ୍କ ର ଥିଲା ମହୁ ଚାଷ ପ୍ରତି ଆଗ୍ରହ । ଗାଁ ଗାଁ ବୁଲି ମହୁମାଛି ସଂଗ୍ରହ କରି ଆଣି ବକ୍ସ ରେ ରଖନ୍ତି ।ଆଉ ସେମାନେ ମହୁ ସଂଗ୍ରହ କରିବା ପାଇଁ ବିଭିନ୍ନ ପ୍ରକାର ଫୁଲ ଗଛ ମଧ୍ୟ ଲଗନ୍ତି । ବର୍ଷ ତମାମ ବସାଇ ଥିବା ବାକ୍ସ ରୁ ପର୍ଯାୟ କ୍ରମେ ମହୁ ସଂଗ୍ରହ କରନ୍ତି । ଯାହାଙ୍କ ମହୁର ଚାହିଦା ସମଗ୍ର ଅଂଚଳ ରେ ରହିଛି । ବିନା କୌଣସି ତାଲିମ ଓ କୌଶଳ ନ ଆପଣେଇ ପ୍ରସନ୍ନ ନିରନ୍ତର ଏହି ଚାଷ କରି ଆସୁଛନ୍ତି । ଏବେ ଜଳ ବାୟୁ ପରିବର୍ତ୍ତନ ଓ କଳ କାରଖାନା ଜନିତ ପ୍ରଦ୍ୟୁଶଣ କାରଣରୁ ମହୁମାଛି ମରି ଯାଉଥିବା ସହ ଉତ୍ପାଦନ କମିଯାଉଥିବା କହିଛନ୍ତି ପ୍ରସନ୍ନ ।ଏନେଇ ଆମେ ଜିଲା ଉଦ୍ୟାନ ବିଭଗ ର ଅଧିକାରୀ ଙ୍କୁ ପଚାରି ଥୁଲୁ । ତାଙ୍କ କହିବା କଥା ପ୍ରସନ୍ନ ଙ୍କ ଭଳି ଚାଷୀ ଜିଲା ପାଇଁ ଗୌରବ । ତାଙ୍କୁ ତାଲିମ ଦେବା ସହ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବାକୁ ସରକାରୀ ସ୍ଥରରେ ଅନେକ ଯୋଜନା କରାଯାଉଛି ।
byte - 3 କୈଳାସ ସାହୁ , ଗ୍ରାମବାସୀ ।
byte - 4 ଲଳିତ କୁମାର ପଣ୍ଡା , ସହକାରୀ ନିର୍ଦେଶକ ଉଦ୍ୟାନ ବିଭଗ ।

Conclusion:ପ୍ରସନ୍ନ ଜିଲାର ଏକ ମାତ୍ର ସଫଳ ମହୁ ଚାଷୀ ।ସରକାରୀ ସହାୟତା ମିଳିଲେ ପ୍ରସନ୍ନ ଆହୁରୁ ଉତ୍ପାଦନ କରିବା ସହ ଜିଲାରେ ମହୁଚାଷ ପାଇଁ ଅନ୍ୟ ଚାଷୀଙ୍କୁ ପ୍ରେରଣା ଯୋଗାଇବେ ନିଶ୍ଚୟ ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.