ETV Bharat / state

ହଷ୍ଟେଲ ଫି' ଆଦାୟକୁ ନେଇ ତାତିଲେ କଲେଜ ଛାତ୍ରୀ - college hostel fees

ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରିମ ଫି ଆଦାୟକୁ ବିରୋଧ କରି ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଛନ୍ତି ହଷ୍ଟେଲ ଛାତ୍ରୀ । ଅନୁଗୋଳ ସରକାରୀ ମହାବିଦ୍ୟାଳୟର ଛାତ୍ରୀ ହଷ୍ଟେଲର ଅନ୍ତେବାସୀ କରିଛନ୍ତି ଆନ୍ଦୋଳନ । ଅଧିକ ପଢନ୍ତୁ...

ତାତିଲେ କଲେଜ ଛାତ୍ରୀ
ତାତିଲେ କଲେଜ ଛାତ୍ରୀ
author img

By

Published : Apr 18, 2021, 1:49 PM IST

ଅନୁଗୋଳ: ହଷ୍ଟେଲ ଫି'କୁ ନେଇ ତାତିଲେ କଲେଜ ଛାତ୍ରୀ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି ଆଦାୟକୁ ବିରୋଧ କରି ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଛନ୍ତି ହଷ୍ଟେଲ ଛାତ୍ରୀ । ଅନୁଗୋଳ ସରକାରୀ ମହାବିଦ୍ୟାଳୟର ଛାତ୍ରୀ ହଷ୍ଟେଲର ଅନ୍ତେବାସୀ କରିଛନ୍ତି ଆନ୍ଦୋଳନ ।

ହଷ୍ଟେଲ ଫି' ଆଦାୟକୁ ନେଇ ତାତିଲେ କଲେଜ ଛାତ୍ରୀ

କୋରୋନା ଭଳି ସ୍ଥିତିରେ ଛାତ୍ରୀମାନେ ହଷ୍ଟେଲ କର୍ତ୍ତୃପକ୍ଷ ଅଗ୍ରୀମ ଫି କେଉଁଠୁ ଆଣି ଭରିବେ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ଛାତ୍ରୀ । ମାତ୍ର ଅନୁଗୋଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ସୁପରିଟେଣ୍ଡେଣ୍ଟ ବଳପୂର୍ବକ ଫି ଆଦାୟ ପାଇଁ ତାଗିଦ କରିବା ସହ ଫି ନଦେଲେ ପରୀକ୍ଷା ଦେଇପାରିବ ନାହିଁ ବୋଲି ଧମକ ଦେଇଛନ୍ତି ।

ଖାଲି ସେତିକି ନୁହେଁ, ଅଗ୍ରୀମ ଫିସ ପୈଠ ନକଲେ ସେମାନେ ହଷ୍ଟେଲ ଛାଡି ପାରିବେ ନାହିଁ ବୋଲି ମଧ୍ୟ ସୁପରିଟେଣ୍ଡେଣ୍ଟ ବାଧ୍ୟ କରିବାରୁ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ରାସ୍ତାରେ ଗାଡି ମଟର ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ଓ କଲେଜ କର୍ତ୍ତୃପକ୍ଷ ପହଞ୍ଚି ଆନ୍ଦୋଳନରତ ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.