ଅନୁଗୋଳ: ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ । ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିବା ସହ ନିଷ୍ପତ୍ତି ବଦଳାଇବାକୁ ଛାତ୍ର ନେତାମାନେ ଦାବି କରିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ବିକ୍ଷୋଭକାରୀ ।
ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ରଦ୍ଦ ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ଅନୁଗୋଳ ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସରକାରଙ୍କ ନିଷ୍ପତ୍ତିକୁ ପ୍ରତିବାଦ କରି ସହରର ରାଜା ଛକରେ ଛାତ୍ର ନେତାମାନେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ