ETV Bharat / state

ବଜ୍ରପାତରେ ଟଳି ପଡିଲେ ସ୍କୁଲ ଛାତ୍ର - ସ୍କୁଲରେ ଖେଳୁଥିବା ବେଳେ ଘଟିଥିଲା ଅଘଟଣ

ଖେଳୁଥିଲେ ସ୍କୁଲରେ । ହେଲେ ହଠାତ ବଜ୍ରପାତରେ ଟଳି ପଡିଲେ ସ୍କୁଲ ଛାତ୍ର । ଚାଲିଗଲା ଏକ ନିରୀହ ଜୀବନ । ଅଧିକ ପଢ଼ନ୍ତୁ

ବଜ୍ରପାତରେ ଟଳି ପଡିଲେ ସ୍କୁଲ ଛାତ୍ର
ବଜ୍ରପାତରେ ଟଳି ପଡିଲେ ସ୍କୁଲ ଛାତ୍ର
author img

By

Published : Jul 7, 2022, 10:53 PM IST

ଅନୁଗୋଳ : ବଜ୍ରପାତରେ ଟଳି ପଡିଲେ ସ୍କୁଲ ଛାତ୍ର । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଘୋଷରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲ ଖେଳଛୁଟିରେ ଖେଳୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ଚନ୍ଦନ କୁମାର ସାହୁ । ସ୍କୁଲ ଛାତ୍ର ମୃତ୍ୟୁ ଘଟଣା ଜଣାପଡିବା ପରେ ସ୍ଥାନିୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାନୁସାରେ ଆଜି ଅପରାହ୍ନ ୩ଟା ୪୫ ବେଳେ ପିଲାମାନେ ସ୍କୁଲ ପଡ଼ିଆରେ ଖେଳୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ଚନ୍ଦନ ତଳେ ପଡିଯିବାରୁ ତାକୁ କିଶୋର ନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.