ETV Bharat / state

ଶ୍ମଶାନରେ ମୋଦି ଓ ନବୀନଙ୍କ ଫଟୋ ଲଗାଇଲା ଅନୁଗୋଳ ଛାତ୍ର କଂଗ୍ରେସ - ଅନୁଗୋଳ ଜିଲ୍ଲା କଂଗ୍ରେସ

ଅନୁଗୋଳ ଛାତ୍ର କଂଗ୍ରେସର ବିକ୍ଷୋଭ । ଶ୍ମଶାନରେ ଲାଗିଲା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ । ଅଧିକ ପଢନ୍ତୁ....

ଶ୍ମଶାନରେ ମୋଦି ଓ ନବୀନଙ୍କ ଫଟୋ ଲଗାଇଲା କଂଗ୍ରେସ

author img

By

Published : Jun 28, 2021, 5:44 PM IST

ଅନୁଗୋଳ: ରୀଜଧାନୀ ପରେ ଏବେ ଅନୁଗୋଳ । ଟୀକାକରଣରେ ଫଟୋ ରାଜନୀତି ଜୋର ଧରିବାରେ ଲାଗିଛି । ସତ୍ୟନଗର ଶ୍ମଶାନ ପରେ ଏବେ ଅନୁଗୋଳ ସହରର ଶ୍ମଶାନରେ ଲାଗିଲା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ । ଟୀକାକେନ୍ଦ୍ର କିମ୍ବା ଟିକା ପ୍ରମାଣପତ୍ରରେ ନିଜର ଫଟୋ ନ ଦେଇ ଶ୍ମଶାନରେ ଫଟୋ ଲଗାନ୍ତୁ ନବୀନ ଆଉ ମୋଦି । ଏଭଳି କହି ଆଜି ପ୍ରତିବାଦ କରିଛି ଅନୁଗୋଳ ଜିଲା ଛାତ୍ର କଂଗ୍ରେସ । ଦଳ ପକ୍ଷରୁ ଶ୍ମଶାନରେ ଲଗାଯାଇଛି ମୋଦି ଓ ନବୀନଙ୍କ ଫଟୋ ।

ଶ୍ମଶାନରେ ମୋଦି ଓ ନବୀନଙ୍କ ଫଟୋ ଲଗାଇଲା କଂଗ୍ରେସ

ଶ୍ମଶାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଇଲେ କଂଗ୍ରେସ କର୍ମୀ । ଦେଶରେ କୋରନା ମହାମାରୀ ବେଳେ ଏହି ଉଭୟ ସରକାର ନିଜର ବାହାସ୍ପୋଟ ମରିବାକୁ ଟୀକାକେନ୍ଦ୍ର ଓ ଟିକା ପ୍ରମାଣପତ୍ରରେ ନିଜ ନିଜର ଫଟୋ ଲଗାଇଛନ୍ତି । ଯାହା ବିରୋଧରେ ଅନୁଗୋଳ ଛତ୍ର କଂଗ୍ରେସ ଆଜି ପ୍ରତିବାଦ କରି ସହରର କରଡ଼ା ଗାଡ଼ିଆ ଶ୍ମଶାନରେ ଉଭୟ ନେତାଙ୍କ ଫଟୋ ଲଗାଇଥିବା ଦେଖିବାକୁ ମିଳିଛି । ଆଜି ଏଭଳି ଅଭିନବ ପ୍ରତିବାଦ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କରିଛନ୍ତି ଛାତ୍ର କଂଗ୍ରେସର କର୍ମୀ ଓ ନେତା । ଏହା ଛଡା ବହୁ ସଂଖ୍ୟକ ଛାତ୍ର କଂଗ୍ରେସ କର୍ମୀ ଅନୁଗୋଳର ରାଜା ଛକ ଠାରେ ମଧ୍ୟ ବିକ୍ଷୋଭ ଓ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.