ETV Bharat / state

ମୃତଦେହ ରଖି ଥାନା ଆଗରେ ପରିବାରର ଧାରଣା - anugul strike

ଗ୍ୟାରେଜ ମିସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ଥାନା ଘେରାଉ । ଅଧିକ ପଢନ୍ତୁ...

ମୃତଦେହ ରଖି ଥାନା ଆଗରେ ପରିବାର ଲୋକଙ୍କ ଧାରଣା

author img

By

Published : Jan 29, 2021, 10:56 PM IST

ଅନୁଗୋଳ: ଗ୍ୟାରେଜ ମିସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ଥାନା ଘେରାଉ । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲା ବଅଁରାପାଳ ଥାନା ଅଞ୍ଚଳରୁ । ମୃତକ ଗୋତମରା ପଞ୍ଚାୟତର ଓଭରବ୍ରିଜ ନିକଟରେ ସ୍ଥିତ ଭବାନୀ ଏଣ୍ଟରପ୍ରାଇଜେସରେ ଓ୍ବେଲଡିଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟରତ ଫଗୁଆ ମହାରଣା । ଗୁରୁବାର ତାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଦୋଷୀଙ୍କୁ ଦଣ୍ଡ ଦେବା ସହ କ୍ଷତିପୂରଣ ଦାବିରେ ସେମାନେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।

ମୃତଦେହ ରଖି ଥାନା ଆଗରେ ପରିବାର ଲୋକଙ୍କ ଧାରଣା

ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗାଁରେ ଫଗୁଆ ମହାରଣାଙ୍କ ଘର । ସେ ଗୋତମରା ପଞ୍ଚାୟତର ଓଭରବ୍ରିଜ ନିକଟରେ ଥିବା ନିରୋଦ ବିଶ୍ଵାଳଙ୍କର ଭବାନୀ ଏଣ୍ଟରପ୍ରାଇଜେସରେ ୱେଲଡିଙ୍ଗ ମିସ୍ତ୍ରୀ ଭାବେ ପାଞ୍ଚ ବର୍ଷ ଧରି କାର୍ଯ୍ୟ କରୁଥିଲେ। ଗୁରୁବାର ତାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିବାବେଳେ ମୃତଦେହକୁ ଗ୍ୟାରେଜ ମାଲିକ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାଡି ଚାଲିଯାଇଥିଲେ । ଏନେଇ ପୋଲିସ ଠାରୁ ପରିବାର ଲୋକେ ଖବର ପାଇ ଆସିବା ପରେ ତାଙ୍କ ଲୋକଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.