ETV Bharat / state

ତାଳଚେର ମେଡିକାଲ କଲେଜ ଚଳାଇବେ ରାଜ୍ୟ ସରକାର, ସୁଧୁରିବ ସ୍ୱାସ୍ଥ୍ୟସେବା

author img

By

Published : May 13, 2022, 4:10 PM IST

Updated : May 13, 2022, 4:23 PM IST

ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (MMSR) କାର୍ଯ୍ୟକ୍ଷମ ହେବା ନେଇ ବାଟ ଫିଟିଛି । ରାଜ୍ୟ ସରକାର ଏହି ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ବହନ କରିବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ତାଳଚେର ମେଡ଼ିକାଲ କଲେଜ(MMSR) ପରିଚାଳନା ଦାୟିତ୍ବ ନେଲେ ରାଜ୍ୟ ସରକର

ଅନୁଗୋଳ: ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (MMSR) କାର୍ଯ୍ୟକ୍ଷମ ହେବା ନେଇ ବାଟ ଫିଟିଛି । ରାଜ୍ୟ ସରକାର ଏହି ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ବହନ କରିବେ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ତେବେ ହସ୍ପିଟାଲର ସମସ୍ତ ଖର୍ଚ୍ଚ ମହାନଦୀ କୋଲଫିଲ୍ଡ(MCL) ବହନ କରିବ। ଫଳରେ ଦୀର୍ଘ ଦିନରୁ ମେଡିକାଲ କଲେଜକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା ତା’ର ଅବସାନ ଘଟିଛି ।

ତାଳଚେର ମେଡ଼ିକାଲ କଲେଜ(MMSR) ପରିଚାଳନା ଦାୟିତ୍ବ ନେଲେ ରାଜ୍ୟ ସରକାର

୨୦୧୮ ମସିହାରୁ ମେଡିକାଲ କଲେଜର କୋଠା ସହ ସମସ୍ତ ଆନୁଷଙ୍ଗିକ କୋଠା ନିର୍ମାଣ ସରିଥିବା ବେଳେ ଏହାର ପରିଚାଳାନା ନେଇ ଏମସିଏଲ ଓ ଓଡିଶା ସରକାର ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଯାହାର ଅବସାନ ହୋଇଛି । ରାଜ୍ୟ ସରକାର ଏହି ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ବହନ କରିବେ ବୋଲି ଘୋଷଣା କରିବା ପରେ ଏହାର ଅବସାନ ଘଟିଛି । ଯାହାକୁ ନେଇ ସବୁ ସ୍ତରରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

୫ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ MCL ସହାୟତାରେ ପ୍ରତିଷ୍ଠା କରାଯାଇଛି । ୨୦ ଏକର ଜାଗାରେ ହସ୍ପିଟାଲର ନିର୍ମାଣ ହୋଇଛି । ଆରମ୍ଭରୁ MCL ଏହି କଲେଜର ପରିଚାଳନା ଦାୟିତ୍ବ ନେବାକୁ ସ୍ଥିର ହୋଇଥିବା ବେଳେ ପରବର୍ତ୍ତି ସମୟରେ ଏହାର ପରିଚାଳନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟାର ଲାଗି ରହିଥିଲା ।

୨୦୨୦-୨୧ ମସିହାରେ ୧୦୦ MBBS ସିଟରେ ନାମଲେଖା ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ପରିଚାଳନା ବିବାଦ ପାଇଁ ନାମଲେଖା ଘୁଞ୍ଚିଘୁଞ୍ଚି ଚାଲିଥିଲା । ମାତ୍ର, ଏବେ ସ୍ବାସ୍ଥ୍ୟ ବିଭାଗ କଲେଜର ପରିଚାଳନା କରିବ । ଯାହାଫଳରେ ଅନୁଗୋଳ ଜିଲ୍ଲା ସମେତ ଓ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ସ୍ବାସ୍ଥ୍ୟସେବା ସହିତ ମେଡିକାଲ ଶିକ୍ଷା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ତେବେ କେଉଁ ବର୍ଷରୁ ଏଠାରେ ପାଠପଢା ଆରମ୍ଭ କରାଯିବ ସେନେଇ ଏବେ କୌଣସି ନିଷ୍ପତ୍ତି ହୋଇନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 13, 2022, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.