ETV Bharat / state

ସାତକୋଶିଆରେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀଙ୍କ ସର୍ବେକ୍ଷଣ ଆରମ୍ଭ - ଅଭୟାରଣ୍ୟ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଆରମ୍ଭ ହୋଇଛି ତୃଣଭୋଜୀ ଓ ମାଂସାଶୀ ପ୍ରାଣୀଙ୍କ ସର୍ବେକ୍ଷଣ ଆରମ୍ଭ ହୋଇଯାଇଛି। ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ବନ ବିଭାଗ ଏହି କାର୍ଯ୍ୟ ଆରମ୍ଭ କରିଛି।

PHOTO
satakosia
author img

By

Published : Dec 18, 2019, 7:44 PM IST

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟରେ କ’ଣ ଅଛି ତୃଣଭୋଜି ଓ ମାଂସାଶୀ ପ୍ରାଣୀଙ୍କ ସ୍ଥିତି ତାହାକୁ ଅନୁଧ୍ୟାନ କରିବା ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ। ଏଥିପାଇଁ ଆରମ୍ଭ ହୋଇଛି ଅଭୟାରଣ୍ୟରେ ପ୍ରାଣୀ ସର୍ବେକ୍ଷଣ କାର୍ଯ୍ୟ। ଅଭୟାରଣ୍ୟର ସମସ୍ତ ବନଖଣ୍ଡରେ ବିଟ ୱାଇଜ ଏହି ସର୍ବେକ୍ଷଣ କରାଯାଇଛି । NTCA ଗାଇଡ ଲାଇନ ଅନୁସାରେ ଏହି ସର୍ବେକ୍ଷଣ କରାଯାଉଛି । ମୌସୁମୀ ବର୍ଷା ପରେ ଅଭୟାରଣ୍ୟରେ ଉଭୟ ବନ୍ୟପ୍ରାଣୀଙ୍କ ସ୍ଥିତି କ’ଣ ଅଛି, ସେମାନଙ୍କ ଗତିବିଧି କିପରି ରହିଛି ତାହା ପରଖୁଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ। ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା କ’ଣ ରହିଛି, ତାହା ବଢିଛି କି ନାହିଁ ସେ ନେଇ ମଧ୍ୟ ରିପୋର୍ଟ ପ୍ରସ୍ତୁତ କରୁଛି ସାତକୋଶିଆ ଟାଇଗର ରିଜର୍ଭ।

ତୃଣଭୋଜୀ ଓ ମାଂସାଶୀ ପ୍ରାଣୀ ସର୍ବେକ୍ଷଣ ଆରମ୍ଭ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସର୍ବେକ୍ଷଣ। ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳର ମୋଟ ୧୧୩୬.୭୦ ବର୍ଗକିଲୋମିଟର ପରିଧିରେ ଏହି ସର୍ବେକ୍ଷଣ କରାଯାଉଛି । ପ୍ରକଳ୍ପର ୨୨ଟି ରେଞ୍ଜରେ ଥିବା ୧୨୩ଟି ବିଟକୁ ଗୋଟିଏ ଲେଖାଏଁ ୟୁନିଟ ଭାବେ ନିଆଯାଇ ସେଥିରେ ୧୫ଟି ପବଇମ୍ପ୍ରେସନ ପ୍ୟାଡ ବା (ପିଆଇପି) ଓ ଦୁଇଟି ଟ୍ରାଞ୍ଜାକ୍ଟ ଲାଇନ ମଧ୍ୟରେ ଏହି ସର୍ବେକ୍ଷଣ କରାଯାଉଛି। ଏଥିପାଇଁ ପ୍ରତି ବିଟ ବା ୟୁନିଟରେ ଜଣେ ଫରେଷ୍ଟରଙ୍କ ସହିତ ୪ ଜଣ ୱାଚର ଏହି ସର୍ବେକ୍ଷଣ କରୁଛନ୍ତି। ଏନେଇ ଏନଟିସିଏକୁ ରିପୋର୍ଟ ଦିଆଯିବ। ପ୍ରଥମ କରି NTCA ପକ୍ଷରୁ କରାଯାଇଥିବା ସ୍ଵତନ୍ତ୍ର ମୋବାଇଲ ଆପ ଓ GPS ଏହି ସର୍ବେକ୍ଷଣରେ ବ୍ୟବହାର କରାଯାଉଛି।

ସର୍ବେକ୍ଷଣ ଏନଟିସିଏ ଗାଇଡ ଲାଇନ ଅନୁଯାୟୀ ହେଉଛି। ସମ୍ପୂର୍ଣ୍ଣ ତଥ୍ୟ ଆସିଲେ ବାଘ ଓ ତୃଣଭୋଜୀଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ଦିଆଯିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସାତକୋଶିଆ ଅଭୟାରଣ୍ୟ ରେ କଣ ଅଛି ତୃଣଭୋଜି ଓ ମାନ୍ସସି ପ୍ରାଣୀ ଙ୍କ ସ୍ଥିତି ତାର ଅନୁଧ୍ୟାନ ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ । ଏଥିପାଇଁ ଆରମ୍ଭ ହୋଇଛି ଅଭୟାରଣ୍ୟ ରେ ପ୍ରାଣୀ ସର୍ବେକ୍ଷଣ କାର୍ଯ୍ୟ । ଅଭୟାରଣ୍ୟ ର ସମସ୍ଥ ବନଖଣ୍ଡ ର ବିଟ ୱାଇଜ ଏହି ସର୍ବେକ୍ଷଣ କରାଯାଇଛି । NTCA ଗାଇଡ଼ ଲାଇନ ଅନୁସାରେ ଏହି ସର୍ବେକ୍ଷଣ କରାଯାଊଛି ।Body:ଆରମ୍ଭ ହୋଇଛି ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ରେ ବନ୍ୟପ୍ରାଣୀ ସର୍ବେକ୍ଷଣ । ଅଭୟାରଣ୍ୟ ରେ କେତେ ତୃଣଭୋଜି ଓ କେତେ ମାଂଶାସି ପ୍ରାଣୀ ଅଛନ୍ତି ତାର ସର୍ବେକ୍ଷଣ ଆରମ୍ଭ କରିଛି ବନ ବିଭାଗ । ମୌସୁମୀ ବର୍ଷା ପରେ ଅଭୟାରଣ୍ୟ ରେ ଉଭୟ ବନ୍ୟପ୍ରାଣୀ ଙ୍କ ସ୍ଥିତି କଣ ଅଛି ସେମାନଙ୍କ ଗତି ବିଧି କିପରି ରହିଛି ତା ପରଖୁଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ । ତୃଣ ଭୋଜି ଙ୍କ ସଂଖ୍ୟା କଣ ରହିଛି ତା ହା ବଢିଛି କି ନାହିଁ ସେନେଇ ମଧ୍ୟ ରିପୋଟ ପ୍ରସ୍ତୁତ କରୁଛି ସାତକୋଶିଆ ଟାଇଗର ରିଜର୍ଭ ।
Byte – 1 ପ୍ରଦୀପ ରାଜ କରାଟେ, ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ
Vo – 2
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସର୍ବେକ୍ଷଣ । ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳ ମୋଟ୍‌୧୧୩୬.୭୦ ବର୍ଗ କିଲୋମିଟର ପରିଧିରେ ଏହି ସର୍ବେକ୍ଷଣ କରାଯାଉଛି । ପ୍ରକଳ୍ପ ର ୨୨ରେ ରେଞ୍ଜ ରେ ଥିବା ୧୨୩ଟି ବିଟ୍‌କୁ ଗୋଟିଏ ଲେଖାଏଁ ୟୁନିଟ୍‌ଭାବେ ନିଆଯାଇ ସେଥିରେ ୧୫ଟି ପବ୍‌ଇମ୍ପ୍ରେସନ ପ୍ୟାଡ୍‌ ବା (ପିଆଇପି) ଓ ଦୁଇଟି ଟ୍ରାଞ୍ଜାକ୍ଟ ଲାଇନ ମଧ୍ୟରେ ଏହି ସର୍ବେକ୍ଷଣ କରାଯାଉଛି । ଏଥିପାଇଁ ପ୍ରତି ବିଟ୍‌ବା ୟୁନିଟ୍‌ରେ ଜଣେ ଫରେଷ୍ଟରଙ୍କ ସହିତ ୪ ଜଣ ୱାଚର ଏହି ସର୍ବେକ୍ଷଣ କରୁଛନ୍ତି । ଏନେଇ ଏନଟିସିଏ କୁ ରିପୋର୍ଟ ଦିଆଯିବ । ପ୍ରଥମ କରି NTCA ପକ୍ଷରୁ କରାଯାଇଥିବା ସ୍ଵତନ୍ତ୍ର ମୋବାଇଲ ଆପ୍ପ ଓ GPS ଏହି ସର୍ବେକ୍ଷଣ ରେ ବ୍ୟବହାର କରାଯାଉଛି ।
Byte – 2 ପ୍ରଦୀପ ରାଜ କରାଟେ, ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ
Conclusion:ସର୍ବେକ୍ଷଣ ଏନ୍‌ଟିସିଏ ଗାଇଡ ଲାଇନ ଅନୁଯାୟୀ ହେବ। ସମ୍ପୂର୍ଣ୍ଣ ତଥ୍ୟ ଆସିଲେ ବାଘ ଓ ତୃଣଭୋଜୀଙ୍କ ସଂଖ୍ୟା ସମ୍ପର୍କରେ କୁହାଯିବ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.