ETV Bharat / state

କୋଇଲା ଚୋରା ଚାଲାଣବେଳେ ଧରିଲା ସ୍ପେଶାଲ ସ୍କ୍ୱାର୍ଡ - anugul coal smuggler in hand of special squad

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ଚାଲିଛି ବେଧଡ଼କ କୋଇଲା ଚାଲାଣ । ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ହାତରେ ଧରା ପଡିଲେ ଚୋରା କୋଇଲା ଚାଲାଣକାରୀ । ଅଧିକ ପଢନ୍ତୁ...

ଅନୁଗୋଳ କୋଇଲା ଚୋରା ଚାଲାଣ ବେଳେ ଧରିଲା ସ୍ପେଶାଲ ସ୍କ୍ୱାର୍ଡ

author img

By

Published : Feb 3, 2021, 7:29 PM IST

ଅନୁଗୋଳ : ଅନୁଗୋଳ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଚଢ଼ାଉ କରି ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାରିବାଟି ଛକ ନିକଟରୁ ଚୋରା କୋଇଲା ସହ ୪ଟି ଗାଡି ଜବତ କରିଛି । ଏଥିରେ ସଂପୃକ୍ତ ଥିବା ୮ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ ।

ଅନୁଗୋଳ କୋଇଲା ଚୋରା ଚାଲାଣ ବେଳେ ଧରିଲା ସ୍ପେଶାଲ ସ୍କ୍ୱାର୍ଡ

ସୂଚନା ଅନୁଯାୟୀ, ଛେଣ୍ଡିପଦା ଅଞ୍ଚଳରେ ଦୀର୍ଘ ଦିନ ହେବ ଚୋରା କୋଇଲା ଖଣି ଖନନ କରି ମାଫିଆମାନେ ଦିନ ରାତି ବାହାରକୁ କୋଇଲା ଚାଲାଣ କରୁଥିବାବେଳେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡ ଏସ.ଆଇ ଦିନକୃଷ୍ଣ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ଛେଣ୍ତିପଦା ଚାରିବାଟି ନିକଟରେ ଚଢ଼ାଉ କରି ୨ଟି କୋଇଲା ବୋଝେଇ ମିନିଟ୍ରକ୍, ଗୋଟିଏ ବୋଲେରୋ ଓ ଗୋଟିଏ ବାଇକ ଜବତ କରିବା ସହ ୮ ଜଣ କୋଇଲା ମାଫିଆକୁ ଛେଣ୍ଡିପଦା ପୋଲିସକୁ ହସ୍ତାନ୍ତର କରିଛି । ଏଥିସହ ପୋଲିସ ଏଥିରେ ସଂପୃକ୍ତ ଥିବା ଅନ୍ୟ କୋଇଲା ଚାଲାଣକାରୀ ଓ ସହଯୋଗୀକୁ ଧରିବା ପାଇଁ ଅଧିକ ଛାନଭିନ୍ କରୁଛି । ତେବେ ଦୀର୍ଘ ଦିନ ହେବ ଏହି ଚୋରା ଚାଲାଣ ଚାଲିଥିବାବେଳେ ସ୍ଥାନୀୟ ପୋଲିସ କିନ୍ତୁ ଏହାକୁ ଧରି ପାରି ନଥିବା ଅଭିଯୋଗ ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.