ETV Bharat / state

ଅପହଞ୍ଚ ଇଲାକାରେ ନାହିଁ ଶିକ୍ଷା ବ୍ୟବସ୍ଥା, କଲମ ଧରି ପାଠ ପଢିବା ବଦଳରେ ଧୂଳିରେ ଖେଳୁଛନ୍ତି ପିଲାଏ

author img

By

Published : Feb 17, 2023, 5:57 PM IST

ଅନୁଗୋଳ ଜିଲ୍ଲା ସିଟିକୋଇଲି ଗାଁରେ ଶିକ୍ଷାର ବିକଳ ଚିତ୍ର । ନା ଅଛି ସ୍କୁଲ ନା ଅଙ୍ଗନବାଡି । ପାଠ ପଢିବା ବଦଳରେ ଦାଣ୍ଡରେ ଧୂଳିରେ ଖେଳୁଛନ୍ତି ପିଲେ । ଅଧିକ ପଢନ୍ତୁ

ସ୍କୁଲ ମିଶ୍ରଣର ପ୍ରଭାବ
ସ୍କୁଲ ମିଶ୍ରଣର ପ୍ରଭାବ
ସ୍କୁଲ ମିଶ୍ରଣର ପ୍ରଭାବ

ଅନୁଗୋଳ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଏହାସହ ସଭିଏଁ ପଢିବେ ସଭିଏଁ ବଢିବେ ନାରା ଦେଉଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ସ୍କୁଲ ମିଶ୍ରଣ ଯୋଗୁଁ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ଅନୁଗୋଳ ଜିଲ୍ଲାର ଦୁର୍ଗମ ଓ ଜଙ୍ଗଲ ଅଧୁସିତ ସିଟିକୋଇଲି ଗାଁରେ ରହିଥିବା ପ୍ରାଥମିକ ସ୍କୁଲକୁ କନ୍ଧକୋଇଲି ଗାଁ ସ୍କୁଲ ସହ ମିଶାଇଦେବାରୁ ପିଲାଙ୍କ ପାଇଁ ପାଠପଢା ସତେଯେମିତି ସାତସପନ ପାଲଟିଛି ।

ଅନୁଗୋଳ ଜିଲ୍ଲାର ଦୁର୍ଗମ ଓ ଜଙ୍ଗଲ ଅଧୁସିତ ସିଟିକୋଇଲି ଗାଁରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍କୁଲରେ ନାଁ ଅଛି ଅଙ୍ଗନବାଡି ନା ଅଛି ସ୍କୁଲ । ଯେଉଁ ସୟରେ ସ୍କୁଲ ଗୃହରେ ପାଠ ପଢି ସମୟ ବିତାଇବା କଥା ସେହି ସମୟରେ ଧୂଳି ଖେଳି ବିତୁଛି ଜୀବନ । ସାତକୋଶିଆ ବନଖଣ୍ଡ ଏବଂ ଅନୁଗୋଳ ବନଖଣ୍ଡ ମଝିରେ ଅବସ୍ଥିତ ଏହି ଗାଁ। ଚାରିପଟେ ଘଞ୍ଚ ଜଙ୍ଗଲ ଓ ବଡ଼ ବଡ଼ ପାହାଡ଼। ରାତି ପାହିଲେ ଏବଂ ସନ୍ଧ୍ୟା ହେଲେ ଗାଁ ଚାରିପଟେ ବଣୁଆ ହାତୀ ଏବଂ ଅନ୍ୟ ଜନ୍ତୁଙ୍କ ରାଵ ଶୁଣିବାକୁ ମିଳୁଛି। ଗାଁ ଠାରୁ ପ୍ରାୟ ୧୫କିମି ଜଙ୍ଗଲ ଭିତରେ ଗଲେ ପକ୍କା ସଡକ ଦେଖିବାକୁ ମିଳେ। ତେଣୁ ସନ୍ଧ୍ୟା ପୂର୍ବରୁ ବାହାରୁ ଘରକୁ ଫେରିବାକୁ ପଡେ। ଏଭଳି ପରିସ୍ଥିତିରେ ସିଟିକୋଇଲି ଗାଁରେ ବସବାସ ଜରୁଛନ୍ତି ପ୍ରାୟ ୮୦ରୁ ଅଧିକ ଆଦିବାସୀ ପରିବାର। ବନ୍ୟଜନ୍ତୁଙ୍କୁ ନେଇ ଚିନ୍ତା ନଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ ।

ପୂର୍ବରୁ ଏଠାରେ ଏକ ପ୍ରାଥମିକ ସ୍କୁଲ ରହିଥିବା ବେଳେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଯାଉଥିଲା। କିନ୍ତୁ ଆବଶ୍ୟକ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ଗତ ୩ରୁ ୪ବର୍ଷ ହେଲା ସ୍କୁଲଟିକୁ ସମ୍ପୂର୍ଣ ବନ୍ଦ କରି ଦିଆ ଯାଇଛି। ଗାଁ ଠାରୁ ପ୍ରାୟ ୭କିମି ଦୂରରେ ଥିବା କନ୍ଧକୋଇଲି ଗାଁ ସ୍କୁଲ ସହ ମିଶ୍ରଣ କରା ଯାଇଛି। କିନ୍ତୁ କନ୍ଧକୋଇଲି ଗାଁ ସ୍କୁଲକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡୁଛି। ସେହି ରାସ୍ତାରେ ଦିନ ବେଳେ ମଧ୍ୟ ହାତୀପଲ ବୁଲୁଛନ୍ତି। ତେଣୁ ଭୟରେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ସ୍କୁଲକୁ ଛାଡୁ ନାହାନ୍ତି। ଫଳରେ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି। ଗାଁରେ ଖେଳକୁଦ କରି ସମୟ ବିତାଉଛନ୍ତି। ଏନେଇ ଅଭିଭାବକମାନେ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ତେବେ ଏନେଇ ଗ୍ରାମବାସୀ ଶିକ୍ଷା ବିଭାଗ ଅଧିକାରୀଙ୍କୁ ବହୁ ବାର ଅଭିଯୋଗ କରିଛନ୍ତି। କିନ୍ତୁ ସରକାରୀ ନିୟମ ଅନୁସାରେ ଆବଶ୍ୟକ ପିଲା ନଥିବାରୁ ଆଉ ସ୍କୁଲ ଖୋଲା ଯାଇ ପାରିବ ନାହିଁ ବୋଲି କହି ଏଡାଇ ଯାଇଛନ୍ତି। କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, "ଅନୁଗୋଳ ଜିଲ୍ଲାରେ ପ୍ରାୟ ୧୭୦ଟି ସ୍କୁଲ ଅନ୍ୟ ସ୍କୁଲ ସହିତ ମିଶାଇ ଦିଆ ଯାଇଛି । କିନ୍ତୁ ବିଭିନ୍ନ ସମସ୍ୟା ଥିବାରୁ ୨୪ଟି ବନ୍ଦ ହୋଇଥିବା ସ୍କୁଲକୁ ପୁଣି ଥରେ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଛି ।" ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଛି । ତେବେ ଏଥିରେ କେବେ ସୁଧାର ଆସୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.