ETV Bharat / state

ନାଲକୋକୁ ଘରୋଇକରଣ କରାଯିବ ନାହିଁ : କେନ୍ଦ୍ର ଶିକ୍ଷାମନ୍ତ୍ରୀ - ନାଲକୋ ଠିକା ଶ୍ରମିକ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବ

ନାଲକୋ ଠିକା ଶ୍ରମିକ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ନାଲକୋ ଠିକା ଶ୍ରମିକ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By

Published : May 21, 2023, 7:02 PM IST

ନାଲକୋକୁ ଘରୋଇକରଣ କରାଯିବ ନାହିଁ

ଅନୁଗୋଳ: ଦିନିକିଆ ଅନୁଗୋଳ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତରେ ଆଜି ନାଲକୋ ଠିକା ଶ୍ରମିକ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନାଲକୋ ଠିକା ଶ୍ରମିକମାନଙ୍କୁ ପ୍ରଶଂସା କିର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ନାଲକୋର ବିକାଶରେ ଠିକା ଶ୍ରମିକମାନଙ୍କ ଅତୁଳନୀୟ ଅବଦାନ ରହିଛି । ନାଲକୋ ବୃହତ ଶିଳ୍ପ ରୂପେ ଗଢିବାରେ ଠିକା ଶ୍ରମିକ ଦିନରାତି ଏକ କରିଛନ୍ତି । ତେଣୁ ସେମାନଙ୍କର ଅବଦାନ ଅତୁଳନୀୟ । ଏହାଛଡା ସମସ୍ତ ଶ୍ରମିକ ସଂଘ ନିଜ ନିଜ ମଧ୍ୟରେ ସୁସମ୍ପର୍କ ରଖିଲେ ଶ୍ରମିକମାନଙ୍କ ଉନ୍ନତି ହୋଇ ପାରିବ । ତେଣୁ ଏହାକୁ ମନେ ରଖି କାମ କରିବାକୁ ହେବ ।"

ଏହା ବି ପଢ଼ନ୍ତୁ 2000ନୋଟ ବଦଳାଇବା ଲାଗି ଆବଶ୍ୟକ ନାହିଁ ପରିଚୟ ପତ୍ର: SBI

ସେ ଆହୁରି ମଧ୍ୟ କହିଛନ୍ତି, "ନାଲକୋକୁ ଘରୋଇକରଣ କରାଯିବ ନାହିଁ । ଏଭଳି ଏକ ଲାଭଦାୟକ ସଂସ୍ଥାକୁ ଘରୋଇକରଣ ନକରି ସରକାର ନିଜ ଅଧୀନରେ ରଖିବାକୁ ସେ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେଥିପାଇଁ ନାଲକୋ ଘରୋଇକରଣ ଏବେ ସ୍ଥଗିତ ରହିଛି । ଏହା ନିଶ୍ଚିତ ଭାବେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ଖୁସିର କଥା । ମୋଦି ସରକାର ଶ୍ରମିକମାନଙ୍କ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ସେମାନଙ୍କୁ ସାମାଜିକ ସୁରକ୍ଷା ଠାରୁ ଅରମ୍ଭ କରି ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇବାରେ ଆଗରେ ରହିଛି । ସରକାର ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ବିଗତ ସରକାର କରିବାରେ ବିଫଳ ହୋଇଛି । ମୋଦି ସରକାର ସମୟରେ ସର୍ବନିମ୍ନ ଶ୍ରମ ମଜୁରୀ ବୃଦ୍ଧି ଘଟିଛି । ଯାହାକି ଠିକା ଶ୍ରମିକମାନକୁ କାର୍ଯ୍ୟ କ୍ଷେତ୍ରରେ ଆହୁରି ସହାୟକ ହୋଇଛି ।"

ଅଧିକ ପଢ଼ନ୍ତୁ: ନୂଆପଡ଼ା ଗସ୍ତରେ 5T ସଚିବ, 360 କୋଟିର ମେଗା ଜଳ ସେଚନ ପ୍ରକଳ୍ପ ଲୋକାର୍ପିତ

ଗତ ୯ ବର୍ଷର ମୋଦି ସରକାର କାଳରେ ଯାହା ଶ୍ରମିକମାନଙ୍କର ଉନ୍ନତି ହୋଇଛି ତାହା ଗତ 75 ବର୍ଷର ସରକାର କାଳରେ ହୋଇନଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ ESI ଓ EPF ନେଟୱର୍କକୁ ଆହୁରି ବଡ଼ କରାଯାଇ ଶ୍ରମିକଙ୍କ ସେବାରେ ଲଗାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ନାଲକୋ ଟ୍ରେନିଂ ସେଣ୍ଟରରେ ଆୟୋଜିତ ଏହି ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ ଓ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.