ETV Bharat / state

ଶ୍ରୀମନ୍ଦିରରେ ରାତି ଅଧରେ ସ୍ନାନଯାତ୍ରା ନୀତିକୁ ବିରୋଧ

author img

By

Published : Jun 22, 2021, 8:53 AM IST

ରାତି 1ଟାରେ ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ନେଇ ସମୟ ଧାର୍ଯ୍ୟ ହୋଇଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଛି । ଅନୁଗୋଳ ଜିଲ୍ଲା ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ସ୍ନାନ ଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟକୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

ସ୍ନାନଯାତ୍ରା ନୀତିକୁ ବିରୋଧ
ସ୍ନାନଯାତ୍ରା ନୀତିକୁ ବିରୋଧ

ଅନୁଗୋଳ: ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମା ନୀତି ନିର୍ଘଣ୍ଟକୁ ବିରୋଧ । ରାତି 1ଟାରେ ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ନେଇ ସମୟ ଧାର୍ଯ୍ୟ ହୋଇଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଛି । ଅନୁଗୋଳ ଜିଲ୍ଲା ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ସ୍ନାନ ଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟକୁ ବିରୋଧ କରାଯାଇଛି ।

ସ୍ନାନଯାତ୍ରା ନୀତିକୁ ବିରୋଧ

ସାଧାରଣତଃ ରାତି 12 ପର ସମୟକୁ କାଳ ସମୟ ବୋଲି ଗ୍ରହଣ କରାଯାଇଥାଏ । 12ଟା ପରେ ମହାପ୍ରଭୁଙ୍କ ଏତେ ବଡ ନୀତିକାନ୍ତି କାହିଁକି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶ୍ନ କରିଛି ଜଗନ୍ନାଥ ଭକ୍ତ ସମାଜ । ଶାସ୍ତ୍ରୀୟ ମତରେ ଏହା ଆଦୌ ଗ୍ରହଣୀୟ ନିହେଁ ବୋଲି ଯୁକ୍ତି ବାଢିଛି ଭକ୍ତ ସମାଜ ।

ଶ୍ରୀମନ୍ଦିର ପ୍ରଶାସନ ଚତୁର୍ଦ୍ଧା ମୁରତିଙ୍କ ସ୍ନାନଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟକୁ ନେଇ ହିନ୍ଦୁ ସମାଜ ଦୁଃଖ ପ୍ରକାଶ କରିଛି । କେବଳ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ହେବାକୁ ଥିବାବେଳେ ନୀତିନିର୍ଘଣ୍ଟକୁ ନେଇ ପ୍ରଶାସନ ଓ ଛତିଶା ନିଯୋଗର ଏକପାଖିଆ ନିଷ୍ପତ୍ତିକୁ ବିରୋଧ କରିଛି ଜଗନ୍ନାଥ ଭକ୍ତ ସମାଜ । ଏ ଦିଗରେ ପୁନଃ ବିଚାର କରିବାରୁ ଦାବି କରିଛି ଭକ୍ତ ସମାଜ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.