ETV Bharat / state

ନାଲକୋରେ ଜାତୀୟ ପଲ୍ଲୀଶ୍ରୀ ମେଳା: ଜମୁଛି ଭିଡ, ବଢୁଛି ବେପାର

ପୁଣି ଉତ୍ସବ ମୁଖରିତ ହୋଇ ଉଠିଛି ଅନୁଗୋଳର ନାଲକୋ ନଗର । ଅନେକ ସୌଖୀନ ଦ୍ରବ୍ୟର ସମ୍ଭାର ଆଣିଛି ଏଠାରେ ପଡିଥିବା ଜାତୀୟ ପଲ୍ଲୀଶ୍ରୀ ମେଳା । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷ ଠାରୁ ଆରମ୍ଭ କରି ଅନେକ ଦେଶୀ ଜିନିଷ ମଧ୍ୟ ମିଳୁଛି ଏହି ମେଳାରେ ।

author img

By

Published : Sep 18, 2019, 2:55 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସୌଖୀନ ଜିନିଷର ସମ୍ଭାର ଆଣିଛି ଜାତୀୟ ପଲ୍ଲୀଶ୍ରୀ ମେଳା । ହାତ ତିଆରି ଘର କରଣା ଜିନିଷ ଠାରୁ ଆରମ୍ଭ କରି ରାଜସ୍ଥାନ, କାଶ୍ମୀର ଓ ହରିୟାଣା ଆଦି ରାଜ୍ୟର ପ୍ରସିଦ୍ଧ ମନଲାଖି ଜିନିଷ ମିଳୁଛି ଏହି ମେଳାରେ । ବିଶ୍ଵକର୍ମା ପୂଜା ବୁଲା ସାଙ୍ଗକୁ ପଲ୍ଲୀଶ୍ରୀ ମେଳାରେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଜିନିଷ କିଣି ବେଶ ଖୁସି ହେଉଛନ୍ତି ସମସ୍ତେ । କାହିଁକି ନା ହାତ ପାହାନ୍ତାରେ ମିଳୁଛି ଦେଶଟା ଜାକର ସୌଖୀନ ଜିନିଷ ।

ବରଷକ ପରେ ପୁଣି ଉତ୍ସବ ମୁଖରିତ ହୋଇ ଉଠିଛି ଅନୁଗୋଳର ନାଲକୋ ନଗର । ଅନେକ ସୌଖୀନ ଦ୍ରବ୍ୟର ସମ୍ଭାର ଆଣିଛି ଏଠାରେ ପଡିଥିବା ଜାତୀୟ ପଲ୍ଲୀଶ୍ରୀ ମେଳା । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷ ଠାରୁ ଆରମ୍ଭ କରି ଅନେକ ଦେଶୀ ଜିନିଷ ମଧ୍ୟ ମିଳୁଛି ଏହି ମେଳାରେ । ପ୍ରତିବର୍ଷ ବିଶ୍ଵକର୍ମା ପୂଜା ଆସିଲେ ଏଠାରେ ଆୟୋଜିତ ହୁଏ ଏହି ଜାତୀୟ ପଲ୍ଲୀଶ୍ରୀ ମେଳା । ଗୋଟିଏ ସ୍ଥାନରେ ପୁରା ଦେଶଟା ଜାକର ସୌଖୀନ, ଦ୍ରବ୍ୟ ଠାରୁ ଆରମ୍ଭ କରି ଘରକରଣା ଜିନିଷ ମିଳେ । ପଥର ଓ କାଠରେ ଖୋଦେଇ ମୂର୍ତ୍ତି ଓ ଘରସଜା ଉପକରଣ ବେଶ ଆକର୍ଷଣୀୟ ଥିବାବେଳେ ଜାମ୍ମୁ କାଶ୍ମୀରର ଶାଲ୍ , ହରିୟାଣାର ହସ୍ତତନ୍ତ ସାଙ୍ଗକୁ ଓଡିଶାର ସମ୍ବଲପୁରୀ ବସ୍ତ୍ରର ଚାହିଦା ରହିଛି ଏଥର ମେଳାରେ । ପୂଜା ବୁଲା ସାଙ୍ଗକୁ ମେଳାରେ ନିଜର ମନ ପସନ୍ଦର ଜିନିଷ କିଣି ବେଶ ଖୁସି ହୁଅନ୍ତି ଏଠାକୁ ଆସୁଥିବା ଲୋକେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ପ୍ରତିବର୍ଷ ନାଲକୋ ନଗରୀରେ ଚାଲିଥିବା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଆସିଲେ ଆୟୋଜିତ ହୁଏ ଏହି ଜାତୀୟ ପଲ୍ଲୀଶ୍ରୀ ମେଳା । ପଞ୍ଚାୟତି ରାଜ ବିଭାଗ , ଜିଲ୍ଲା ପ୍ରଶାସନ ଓ ନାଲକୋର ମିଳିତ ସହଯୋଗରେ ୭ ଦିନ ଧରି ଚାଲେ ଏହି ମେଳା । ଏଠାକୁ ଆସୁଥିବା ବ୍ୟବସାୟୀ ହୁଅନ୍ତୁ କିମ୍ବା ସ୍ଵୟଂ ସହାୟକ ଗୋଷ୍ଠୀ । ଭଲ ଦୁଇ ପଇସା ବେପାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥର ପ୍ରଥମ ଦିନରୁ ମେଳାରେ ଭିଡ ଥିବାରୁ ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଏହି ମେଳାକୁ ଉଦଘାଟନ କରିଛନ୍ତି ଢେଙ୍କାନାଳ ସାଂସଦ ସମେତ ଅନୁଗୋଳ ଜିଲ୍ଲାପାଳ ଓ ନାଲକୋର ନିର୍ବାହୀ ନିର୍ଦ୍ଦେଶକ । ଏଥର ମେଳାରେ ୨୪୦ ଟି ଷ୍ଟଲ ଖୋଲାଯାଇଛି ।

ଗତବର୍ଷ ମେଳାରେ ୫ କୋଟି ଟଙ୍କା ବ୍ୟବସାୟ ହୋଇଥିବାରୁ ଏଥର ଏହା ୬ କୋଟି ଛୁଇଁବ ବୋଲି ଆଶା ରଖିଛନ୍ତି ସମସ୍ତେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସୌଖୀନ ଜିନିଷର ସମ୍ବାର ଆଣିଛି ଜାତୀୟ ପଲ୍ଲୀଶ୍ରୀ ମେଳା । ହାତ ତିଆରି ଘର କରଣା ଜିନିଷ ଠାରୁ ଆରମ୍ଭ କରି ରାଜଜସ୍ଥାନ, କାଶ୍ମୀର ଓ ହରିୟାଣା ଆଦି ରାଜ୍ୟର ପ୍ରସିଦ୍ଧ ମନଲାଖି ଜିନିଷ ମିଳୁଛି ଏହି ମେଳାରେ । ବିଶ୍ଵକର୍ମା ପୂଜା ବୁଲା ସାଙ୍ଗକୁ ପଲ୍ଲୀଶ୍ରୀ ମେଳା ରେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଜିନିଷ କିଣି ବେଶ ଖୁସି ହେଉଛନ୍ତି ସମସ୍ତେ । କାହିଁକି ନା ହାତ ପାହାନ୍ତା ରେ ମିଳୁଛି ଦେଶଟା ଜାକର ସୌଖୀନ ଜିନିଷ । Body:Vo – 1
ବରଷକ ପରେ ପୁଣି ଉତ୍ସବ ମୁଖରିତ ହୋଇ ଉଠିଛି ଅନୁଗୋଳ ର ନାଲକୋ ନଗର । ଅନେକ ସୌଖୀନ ଦ୍ରବ୍ୟର ସମ୍ବାର ଆଣିଛି ଏଠାରେ ପଡିଥିବା ଜାତୀୟ ପଲ୍ଲୀଶ୍ରୀ ମେଳା । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ହସ୍ତ ତନ୍ତ ଓ ହସ୍ତ ଶିଳ୍ପ ଜିନିଷ ଠାରୁ ଆରମ୍ଭ କରି ଅନେକ ଦେଶୀ ଜିନିଷ ମଧ୍ୟ ମିଳୁଛି ଏହି ମେଳାରେ । ପ୍ରତି ବର୍ଷ ବିଶ୍ଵକର୍ମା ପୂଜା ଆସିଲେ ଏଠାରେ ଆୟୋଜିତ ହୁଏ ଏହି ଜାତୀୟ ପଲ୍ଲୀଶ୍ରୀ ମେଳା । ଗୋଟିଏ ସ୍ଥାନରେ ପୁରା ଦେଶଟା ଜାକର ସୌଖୀନ , ଦ୍ରବ୍ୟ ଠାରୁ ଆରମ୍ଭ କରି ଘରକରଣା ଜିନିଷ ବିଭିନ୍ନ ରାଜ୍ୟ ର ପ୍ରସିଦ୍ଧ ହସ୍ତତନ୍ତ ମିଳୁଥିବାରୁ ଏହାକୁ ସମସ୍ତେ ଚାହିଁ ବସିଥାନ୍ତି । ପଥର ଓ କାଠ ରେ ଖୋଦେଇ ମୂର୍ତ୍ତି ଓ ଘରସଜା ଉପକରଣ ବେଶ ଆକର୍ଷଣୀୟ ଥିବା ବେଳେ ଜାମୁ କାଶ୍ମୀର ର ଶାଲ , ହରିୟାଣା ର ହସ୍ତ ତନ୍ତ ସାଙ୍ଗକୁ ଓଡିଶା ର ସମ୍ବଳ ପୁରୀ ବସ୍ତ୍ରର ଚାହିଦା ରହିଛି ଏଥର ମେଳା ରେ । ପୂଜା ବୁଲା ସାଙ୍ଗକୁ ମେଳାରେ ନିଜ ର ମନ ପସନ୍ଦର ଜିନିଷ କିଣି ବେଶ ଖୁସି ହୁଅନ୍ତି ଏଠାକୁ ଆସୁଥିବା ଲୋକେ ।
Byte – 1 ଦର୍ଶକ
Byte – 2 ଦର୍ଶକ,
Vo – 2
ପ୍ରତିବର୍ଷ ନାଲକୋ ନଗରିରେ ଚାଲିଥିବା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଆସିଲେ ଆୟୋଜିତ ହୁଏ ଏହି ଜାତୀୟ ପଲ୍ଲୀଶ୍ରୀ ମେଳା । ରାଜ୍ୟ ପଞ୍ଚାୟତ ରାଜ ବିଭାଗ , ଜିଲ୍ଲା ପ୍ରଶାଶନ ଓ ନାଲକୋ ର ମିଳିତ ସହଯୋଗରେ ୭ ଦିନ ଧରି ଚାଲେ ଏହି ମେଳା । ଏଠାକୁ ଆସୁଥିବା ବ୍ୟବସାୟୀ ହୁଅନ୍ତୁ କିମ୍ବା ସ୍ଵୟ ସହାୟକ ଗୋଷ୍ଠୀ । ଭଲ ଦୁଇ ପଇସା ବେପାର କରିବାକୁ ଲକ୍ଷ ରଖିଛନ୍ତି । ଏଥର ପ୍ରଥମ ଦିନରୁ ମେଳରେ ଭିଡ ଥିବାରୁ ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଏହି ମେଳାକୁ ଉଦ୍ଦଘାଟନ କରିଛନ୍ତି ଢେଙ୍କାନାଳ ସାଂସଦ ଙ୍କ ସମେତ ଲୋକପ୍ରତିନିଦ୍ଧିଙ୍କ ସମେତ ଅନୁଗୋଳ ଜିଲପାଳ ଓ ନାଲକୋ ର ନିର୍ବାହୀନିର୍ଦ୍ଦେଶକ । ଏଥର ମେଳରେ ୨୪୦ ଟି ଷ୍ଟଲ ଖୋଲା ଯାଇଛି ।
Byte – 3 ଭାଗ୍ୟଧର ସାହୁ , ସ୍ଵୟ ସହାୟକ ଗୋଷ୍ଠୀ
Byte – 4 ମନୋଜ କୁମାର ମହାନ୍ତି , ଜିଲ୍ଲାପାଳ ଅନୁଗୋଳ
Conclusion:ଗତ ବର୍ଷ ହୋଇଥିବା ମେଳାରେ ୫ କୋଟି ତାଙ୍କ ବ୍ୟବସାୟ ହୋଇଥିବାରୁ ଏଥର ଏହା ୬ କୋଟି ଛୁଇଂବ ବୋଲି ଆଶା ରଖିଛନ୍ତି ସମସ୍ତେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.