ETV Bharat / state

ହୋଟେଲରେ ଚାଲିଛି ସେକ୍ସ ରାକେଟ, 8 ଗିରଫ

ଅନୁଗୋଳ ହୋଟେଲରୁ ସେକ୍ସ ରାକେଟ ଠାବ । ଦେହ ବ୍ୟବସାୟୀଙ୍କ ସମେତ 8 ଗିରଫ । ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଓ ଔଷଧ ଜବତ।

author img

By

Published : Aug 19, 2019, 10:03 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ଅନୁଗୋଳ

ଅନୁଗୋଳ: ହୋଟେଲରୁ ସେକ୍ସ ରାକେଟ ଠାବ । ଦୀର୍ଘ ଦିନ ହେବ ଅନୁଗୋଳରେ ଖୁଲମଖୁଲା ଦେହ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। ଆଜି ପୋଲିସ ଏକ ହୋଟେଲରେ ଚଢାଉ କରି ତିନି ଦେହଜୀବୀଙ୍କ ସହ ତିନି ଗ୍ରାହକ, ହୋଟେଲ ମ୍ୟାନେଜର ଓ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ଅନୁଗୋଳ

ମ୍ୟାନେଜର ସଞ୍ଜିତ ସିଂହ ଅନୁଗୋଳ ସମେତ ପାଖ ଜିଲ୍ଲାରୁ ଝିଅ ଆଣି ଦେହ ବ୍ୟବସାୟ କରୁଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ ହୋଟେଲରେ ଚଢାଉ କରିବା ପରେ ୧୫ ହଜାର ଟଙ୍କା ଆପତ୍ତି ଜନକ ସାମଗ୍ରୀ ଔଷଧ ଆଦି ଜବତ କରିଛି ।

ଗ୍ରାହକ ହୋଇ ଆସିଥିବା ରେଙ୍ଗାଳୀ ଥାନା କାଳିଆଦମା ଗାଁର ଡାକ୍ତର ବିଶ୍ଵାଳ, ତ୍ରିଲୋଚନ ବିଶ୍ଵାଳ, ଛେଣ୍ଡିପଦା ଅଞ୍ଚଳର ପାପୁନ ବେହେରାଙ୍କୁ ପୋଲିସ କାବୁ କରିଛି । ପୂର୍ବରୁ ମଧ୍ୟ ସେହି ଷ୍ଟେସନ ରୋଡର ଅନ୍ୟ ଏକ ହୋଟେଲରୁ ଦୁଇ ଯୁବକ ଓ ଦୁଇ ଯୁବତୀ ଧରା ପଡିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.