ETV Bharat / state

ବର୍ଷାରେ ବେହାଲ ଅନୁଗୋଳ, ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ସରକାରୀ ଡାକ୍ତରଖାନାରେ ନାଳ ନର୍ଦ୍ଦମାର ପାଣି ପ୍ରବେଶ କରିଥିଲା । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅଧିକ ପଢନ୍ତୁ...

author img

By

Published : Oct 1, 2020, 10:45 AM IST

Sewage water in Angul district Palhada Government Hospital
ବର୍ଷାରେ ବେହାଲ ଅନୁଗୋଳ ଜିଲ୍ଲା ପାଲଲହଡା ସରକାରୀ ଡାକ୍ତରଖାନା

ଅନୁଗୋଳ: ବର୍ଷାରେ ବେହାଲ ଅନୁଗୋଳ ଜିଲ୍ଲା ପାଲଲହଡା ସରକାରୀ ଡାକ୍ତରଖାନା । ଗତକାଲି ସନ୍ଧ୍ୟା ସମୟରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ସରକାରୀ ଡାକ୍ତରଖାନାରେ ନାଳ ନର୍ଦ୍ଦମାର ପାଣି ପ୍ରବେଶ କରିଥିଲା । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ସମୟ ଧରି ରୋଗୀ ଓ ସେମାନଙ୍କ ର ସମ୍ପର୍କୀୟ ମାନେ ପାଣି ଘେରରେ ଥିଲେ ।

ଏପରିକି ସେମାନଙ୍କର ଔଷଧ ପତ୍ର ପାଣିରେ ଭିଜି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଡାକ୍ତରଖାନାର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପାଳଲହଡା କର୍ତ୍ତୃପକ୍ଷ ପ୍ରତ୍ୟେକ ବର୍ଷ ଏହା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ ।

ବର୍ତ୍ତମାନ କୋରୋନା ଭଳି ମହାମାରୀ ସମୟରେ ଲୋକମାନେ ଭୟଭୀତ ଥିବା ବେଳେ ଡାକ୍ତରଖାନା ପରିସରରେ ଏପରି ଅବ୍ୟବସ୍ଥା ଦେଖି ରୋଗଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.