ETV Bharat / state

ଗାଁକୁ ମାଡୁଛି ଜଙ୍ଗଲ ନିଆଁ, ଭୟଭୀତ ଜଙ୍ଗଲ ନିକଟ ଗ୍ରାମବାସୀ

author img

By

Published : Mar 14, 2023, 3:35 PM IST

ରାଜ୍ୟରେ ବେକାବୁ ଜଙ୍ଗଲ ନିଆଁ । ଅନୁଗୋଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ କାୟା ବିସ୍ତାର କରୁଛି ନିଆଁ । ଦୁଇ ଦିନ ହେବ ଟିକରପଡା ଏବଂ ପୁରୁଣାକୋଟ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ହୁ ହୁ ହୋଇ ନିଆଁ ଲାଗିଛି । ଅଧିକ ପଢନ୍ତୁ

forest fire spreading village
ଗାଁ ଆଡକୁ ମାଡୁଛି ଜଙ୍ଗଲ ନିଆଁ
ଗାଁକୁ ମାଡୁଛି ଜଙ୍ଗଲ ନିଆଁ

ଅନୁଗୋଳ: ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ କାୟା ବିସ୍ତାର କରୁଛି ନିଆଁ। ଦୁଇ ଦିନ ହେବ ଟିକରପଡା ଏବଂ ପୁରୁଣାକୋଟ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ହୁ ହୁ ହୋଇ ଜଳୁଛି। ବହୁ ମୂଲ୍ୟବାନ ଗଛ ଏବଂ ବହୁ ପ୍ରଜାତିର ସରୀସୃପ ପୋଡି ନଷ୍ଟ ହୋଇ ଯାଉଛି। ବନ୍ୟଜନ୍ତୁ ପ୍ରାଣ ବିକଳରେ ଇତସ୍ତତଃ ହେଉଛନ୍ତି। ବିଶେଷ କରି ଜଙ୍ଗଲ ନିଆଁ ଗାଁ ମୁହାଁ ହୋଇଥିବାରୁ ଜଙ୍ଗଲ ନିକଟ ଗାଁ ଗୁଡିକରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ବନ ବିଭାଗ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇ ପାରୁନାହିଁ ।

ଦୁଇ ଦିନ ହେଲା ଜଳୁଛି ସାତକୋଶିଆ। ବିଶେଷ କରି ଟିକରପଡା ଏବଂ ପୁରୁଣାକୋଟ ବନାଞ୍ଚଳରେ ଅନେକ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ପାଇଁ ବନ ବିଭାଗ ସମସ୍ତ ବନାଞ୍ଚଳରେ କଣ୍ଟ୍ରୋଲ ରୁମ ଖୋଲିଛି। ସ୍ବତନ୍ତ୍ର ଟିମ ନିୟୋଜିତ କରାଯାଇଛି। ସାତକୋଶିଆ ଅନ୍ତର୍ଗତ ଗାଁ ଗୁଡ଼ିକରେ ଗଠନ ହୋଇ ଥିବା ଇଡିସି ଗୁଡିକର ସଦସ୍ୟମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରୁଛି। ପ୍ରାୟ ୯୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନିଆଁ ଲିଭାଇବା ଏବଂ ନିଆଁ ନଲାଗିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରୋତ୍ସାହନ ରାଶି ଦେଉଛି। ପ୍ରାୟ ୧ହଜାର କିମି ଲମ୍ବାର ଫାୟାର ଲାଇନ ପ୍ରସ୍ତୁତ କରାଯାଇଛି। ଏହା ସତ୍ତ୍ବେ ଜଙ୍ଗଲରେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ବର୍ତ୍ତମାନ ପ୍ରବଳ ଖରା ହେଇଥିବାରୁ ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡି ରହିଛି। ତେଣୁ ଥରେ ନିଆଁ ଲାଗିଲେ ଲିଭାଇବା କଷ୍ଟକର ହୋଇ ପଡିଛି। ଏହାଛଡା ଯେତିକି କର୍ମଚାରୀ ଅଛନ୍ତି ତାହା ଆଦୌ ଯଥେଷ୍ଟ ହେଉ ନାହିଁ। ଆଗକୁ ଆହୁରି ଖରା ବଢିବାର ଆଶଙ୍କା ଅଛି । ତେଣୁ ପରିସ୍ଥିତି କଣ ହେବ ତାହା କହିବା ଅସମ୍ଭବ ।

ବର୍ତ୍ତମାନ ଜଙ୍ଗଲ ଭିତରେ ସବୁ ଜଳାଶୟ ଶୁଖି ଗଲାଣି। ପାଣିର ଅଭାବ ସାଙ୍ଗକୁ ଜଙ୍ଗଲ ନିଆଁ ବନ୍ୟଜନ୍ତୁଙ୍କ ବିପଦ ବଢ଼ାଇ ଦେଇଛି। ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ଶିକାରୀ ହାବୁଡ଼ରେ ପଡୁଛନ୍ତି। ଦୁଇ ଦିନ ହେଲା ଅଭୟାରଣ୍ୟ ଭିତରେ ଯୁଆଡେ ଚାହିଁଲେ ଖାଲି ନିଆଁ ଆଉ ଧୂଆଁ। ନିକଟବର୍ତ୍ତୀ ଗାଁ ଗୁଡିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସାତକୋଶିଆରେ ନିଆଁ ଲାଗି ହେକ୍ଟର ହେକ୍ଟର ଜଙ୍ଗଲ ପାଉଁଶ ହୋଇ ଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଙ୍ଗଲକୁ ଲାଗି ରହିଥିବା ଗାଁ ପାଇଁ ବିପଦ ବଢି ଯାଇଛି। ଟିକରପଡା ବନାଞ୍ଚଳରେ ଥିବା ଗଇନ୍ଦି, ବେହେରାସାହି ଓ ମଝିପଡା ଆଦି ଗାଁ ଗୁଡିକ ପାହାଡ଼ ତଳେ ଅବସ୍ଥିତ। କିଛି ବର୍ଷ ପୂର୍ବରୁ ଜଙ୍ଗଲ ନିଆଁ ଯୋଗୁ ଗଇନ୍ଦି ଗାଁଟି ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ଏଥର ମଧ୍ୟ ଗଇନ୍ଦି ଜଙ୍ଗଲରେ ନିଆଁ ଲାଗିଛି। ଗାଁ ଲୋକେ ପାଣି ପକାଇ ନିଆଁ ଲିଭାଉଥିବା ଦେଖିବାକୁ ମିଳିଥିଲା। ଡାଳ ଓ ବାଡ଼ି ଧରି ଲୋକେ ନିଆଁ ଲିଭାଇଥିଲେ। ଦିନ ରାତି ପାଳି କରି ଲୋକେ ଗାଁକୁ ଜଗି ରହିଛନ୍ତି। ଭୟ ଓ ଆତଙ୍କରେ ଗ୍ରାମବାସୀ ଦିନ କାଟୁଛନ୍ତି ।

ବନ ବିଭାଗର କିଛି କର୍ମଚାରୀ ମଧ୍ୟ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ସାତକୋଶିଆରେ ଏବେ ତଳ ଜଙ୍ଗଲ ଜଳୁଛି। ଏହାକୁ ନିୟନ୍ତ୍ରଣ କରା ନଗଲେ ପାହାଡ଼ ଉପରକୁ ନିଆଁ ବ୍ୟାପିଯିବ। ସେତେବେଳେ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିବ। ତେଣୁ ଏବେଠାରୁ ସତର୍କତା ମୂଳକ ପଦକ୍ଷେପ ନେବାସହ ଏଭଳି ଏକ ଜୈବ ବିବିଧତା ଅଞ୍ଚଳକୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ପରିବେଶବିତ ଦାବି କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ବଡଧରଣର ଜଙ୍ଗଲ ନିଆଁ ସଂଖ୍ୟା 200 ଟପିଲାଣି । ଗୋଟିଏ ଦିନରେ 1840 ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.