ETV Bharat / state

ଅନୁଗୋଳରେ ଭୟଙ୍କର ଦୁର୍ଘଟଣା; ଟ୍ରକ ମାଡିଯିବାରୁ ୩ ମୃତ, ଜଣେ ଗୁରୁତର

Road Mishap in Anugul: ଅନୁଗୋଳରେ ଭୟଙ୍କର ସଡକ ଦୁର୍ଘଟଣା । ୪ ଜଣଙ୍କ ଉପରେ ମାଡିଗଲା ଟ୍ରକ । ଚାଲିଗଲା ୩ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 17, 2023, 9:15 AM IST

Updated : Nov 17, 2023, 1:34 PM IST

ଅନୁଗୋଳରେ ଭୟଙ୍କର ଦୁର୍ଘଟଣା
ଅନୁଗୋଳରେ ଭୟଙ୍କର ଦୁର୍ଘଟଣା
ଅନୁଗୋଳରେ ଭୟଙ୍କର ଦୁର୍ଘଟଣା

ଅନୁଗୋଳ: ବସ୍‌ରେ ବସି ଭୁବନେଶ୍ବରରୁ ଝାରସୁଗୁଡା ଯାଉଥିଲେ । ରାତିର ଘନ ଅନ୍ଧକାର ଭିତରେ ଆଗକୁ ମାଡି ଚାଲିଥିଲା ବସ୍ । ହେଲେ ବାଟରେ ଚକା ପମ୍ପଚର ହୋଇଗଲା । ତେଣୁ ଯାତ୍ରୀମାନେ ଗାଡିରୁ ଓହ୍ଲାଇ ରାସ୍ତାରେ ଛିଡ଼ା ହୋଇଥିଲେ । ଠିକ୍ ଏତିକି ବେଳେ ୪ ଜଣଙ୍କ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରକ । ଫଳରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଚାଲିଗଲା ୩ ଜଣଙ୍କ ଜୀବନ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲାର ସୀମାନ୍ତରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ବରଗାପାଲି ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । କାଲି ପ୍ରାଚୀ ନାମକ ଏକ ଘରୋଇ ବସ୍ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା । ବିଳମ୍ବିତ ରାତିରେ ବରଗାପାଲି ନିକଟରେ ଦୁର୍ଭାଗ୍ୟବଶତଃ ବସ୍‌ର ଚକା ପମ୍ପ୍‌ଚର୍‌ ହୋଇଯାଇଥିଲା । ବସ୍‌ରେ ଥିବା ଯାତ୍ରୀମାନେ ଗାଡ଼ିରୁ ଓହ୍ଲାଇ କ'ଣ ହୋଇଛି ବୋଲି ଦେଖିବାକୁ ବାହାରକୁ ଚାଲି ଆସିଥିଲେ । କିଏ ବା ଜାଣିଥିଲା ବାହାରେ ସେମାନଙ୍କୁ ଯମ ଛକି ବସିଛି ବୋଲି । ଯାତ୍ରୀମାନେ ବାହାରେ ଛିଡ଼ା ହୋଇଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସେହି ଯାତ୍ରୀମାନଙ୍କୁ ଧକ୍କା ଦେଇଥିଲା । ଟ୍ରକଟି ୪ ଜଣଙ୍କ ଉପରେ ମାଡି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଜମ୍ମୁ-କାଶ୍ମୀରରେ ଭୟଙ୍କର ବସ୍ ଦୁର୍ଘଟଣା; ୩୮କୁ ବଢ଼ିଲା ମୃତ୍ୟୁସଂଖ୍ୟା

ଏହା ମଧ୍ୟ ପଢନ୍ତୁ: ଯୋଡିମାଦେଲି ଘାଟିରେ ଓଲଟିଲା କାର, 3 ମୃତ ଓ ଜଣେ ଗୁରୁତର

ଗୁରୁତର ଅବସ୍ଥାରେ ୪ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କିଶୋର ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ପରେ ସମସ୍ତଙ୍କୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ କିଶୋର ନଗର ହସ୍ପିଟାଲରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇ ଜଣଙ୍କର ରେଢ଼ାଖୋଲ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଉ ଜଣେ ଏବେ ବି ଚିକିତ୍ସାଧୀନ ଅଛନ୍ତି । ମୃତକମାନେ ହେଲେ ସୁନ୍ଦରଗଡ଼ର ଆନନ୍ଦ ପ୍ରଧାନ,ଝାରସୁଗୁଡ଼ାର ନୟନ ନାୟକ ଓ ଘନଶ୍ୟାମ ବାରିକ । ଆହତ ଜଣକ ତ୍ରିଲୋଚନ ନାୟକ ବୋଲି ପରିଚୟ ମିଳିଛି । ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Nov 17, 2023, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.