ETV Bharat / state

କାଠ ଆଣିବାକୁ ଯାଇଥିଲେ ଜଗିଥିଲା ଯମ, ଅନୁଗୋଳରେ ବଜ୍ରପାତ ନେଲା 2 ଜୀବନ - ଅନୁଗୋଳରେ ବଜ୍ରପାତ

ଅନୁଗୋଳ ଜିଲ୍ଲରେ ବଜ୍ରପାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କାଠ ଆଣିବାକୁ ଯାଇଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ । ଅଧିକ ପଢନ୍ତୁ

ଅନୁଗୋଳରେ ବଜ୍ରପାତ ନେଲା 2 ଜୀବନ
lightning strike in anugul
author img

By

Published : Jul 11, 2023, 9:44 AM IST

Updated : Jul 11, 2023, 12:38 PM IST

ଅନୁଗୋଳରେ ବଜ୍ରପାତ ନେଲା 2 ଜୀବନ

ଅନୁଗୋଳ: କାନ୍ଦ ବୋବାଳିରେ ଫାଟୁଛି ଅଞ୍ଚଳ । ସବୁ କିଛି ଛାରଖାର କରିଦେଲା ବଜ୍ରପାତ । କାଠ ଆଣିବାକୁ ଯାଇଥିଲେ ଆକାଶକୁ ଖସିଲା ମୃତ୍ୟୁ । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ବଜ୍ରାଘାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । 2 ଜଣ ଆହତ ମଧ୍ୟ ହୋଇଛନ୍ତି । ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଦୁଇଜଣ ହେଲେ ପେନି ବେହେରା ଓ ସୁଷମା ବେହେରା ।

ଜିଲ୍ଲାର ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଥିବା ଏକ ମଠ ନିକଟରେ ଏଭଳି ଘଟଣା ଘଟିଛି । ବଜ୍ରପାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି ସେମାନେ ଚିକିତ୍ସିତ ହେଉଛନ୍ତି । ବଳରାମପ୍ରସାଦ ଗାଁର କେନ୍ଦୁଢିପ ସାହିର 4ଜଣ ଶୁଖିଲା କାଠ ସଂଗ୍ରହ ପାଇଁ ନାଲକୋ ଆସପଣ୍ଡର ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ପେନି ବେହେରା ଓ ସୁଷମା ବେହେରାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଆହତ ହୋଇଥିଲେ ।

ଏହା ବି ପଢନ୍ତୁ...କାଳବୈଶାଖୀରେ ଉଡିଲା ଘରଦ୍ୱାର, ବଜ୍ରାଘାତରେ ଗଲା ଜଣଙ୍କ ଜୀବନ

ଆହତ ଅଜୟ ବେହେରା ଓ କୁଆଁରୀ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସପଣ୍ଡ ପାଖ ପାହାଡ଼କୁ ଏମାନେ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହା ବି ପଢନ୍ତୁ...ବଜ୍ରପାତରେ ଜଳିଗଲା ୧୦ ବଖରା ଘର: ନିଆଁରେ ପୋଡି ହୋଇ ୨ ଗୁରୁତର

ପ୍ରକାଶ ଥାଉ କି, କୋରାପୁଟ ବୋରିଗୁମ୍ମାରେ ବଜ୍ରପାତରେ ମାଆ ପୁଅଙ୍କର ମୃତ୍ୟୁ ହୋଇଛି । ବୋରିଗୁମ୍ମା ବ୍ଲକ ଅଞ୍ଚଳା ଗ୍ରାମରେ ବ୍ରଜାଘାତରେ ମାଆ ପୁଅଙ୍କର ମୃତ୍ୟୁ ହୋଇଛି । ଅଞ୍ଚଳା ଗ୍ରାମର ଲିଙ୍ଗରାଜ ହାଲବା ତାଙ୍କ ପତ୍ନୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା ନିଜ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ଆକାଶରେ ଘୋଟି ଆସିଥିଲେ କଳାହାଣ୍ଡିଆ ମେଘ । ଘଡିଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଲିଙ୍ଗରାଜ ଜମିରୁ ବାହାରି ଏକ ସୁରକ୍ଷତି ସ୍ଥାନକୁ ଚାଲି ଆସିଥିଲେ ମାତ୍ର ସ୍ତ୍ରୀ ଓ ପୁଅ ଜମିରୁ ଆସିବା ବେଳେ ବଜ୍ରପାତ ହୋଇଥିଲା ।

ଉଭୟ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଖି ପିଛୁଳାକେ ପରିବାର ଛାରଖାର ହୋଇଗଲା । ସ୍ତ୍ରୀ ଓ ପୁଅକୁ ହରାଇ ଅବାକ ହୋଇଛନ୍ତି ଲିଙ୍ଗରାଜ । ସୋମବାର ଅନୁଗୋଳରେ ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ମୋଟ 4ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Jul 11, 2023, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.