ETV Bharat / state

ଵନ୍ୟା ବିପନ୍ନଙ୍କୁ ଭେଟିଲେ ବିଜେଡି ନେତା ନଳିନୀ - ବିଜେଡି ନେତା ନଳିନୀ

ଅନୁଗୋଳର ଟିକରପଡା ପଞ୍ଚାୟତ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ତଥା ବିଜେଡି ନେତା ନଳିନୀ ପ୍ରଧାନ । ଅଧିକ ପଢନ୍ତୁ

ଵନ୍ୟା ବିପନ୍ନଙ୍କୁ ଭେଟିଲେ ବିଜେଡି ନେତା ନଳିନୀ

author img

By

Published : Aug 24, 2022, 1:44 PM IST

ଅନୁଗୋଳ: ମହାନଦୀରେ ବନ୍ୟା ଲୋକଙ୍କୁ ହନ୍ତସନ୍ତ କରିଛି । ନଦୀ ନିର୍ଦ୍ଦୟ ହେବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ବନ୍ୟାପାଣି କମିଛି ହେଲେ ସୁଧୁରିନି ବିପନ୍ନଙ୍କ ଅବସ୍ଥା । ଅନୁଗୋଳର ଟିକରପଡା ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ତଥା ବିଜେଡି ନେତା ନଳିନୀ ପ୍ରଧାନ । ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରିବା ସହିତ ତାଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ନଳିନୀ ପ୍ରଧାନ।

ଵନ୍ୟା ବିପନ୍ନଙ୍କୁ ଭେଟିଲେ ବିଜେଡି ନେତା ନଳିନୀ

ଅନୁଗୋଳ ଟିକରପଡା ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ତଥା ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ । ସାତକୋଶିଆ ବନ୍ୟାଞ୍ଚଳ ମଧ୍ୟ ବୁଲି ଦେଖିଥିଲେ । ଟିକରପଡା, ବେହେରାସାହି, ଗାଇନ୍ଦି, ମଝିପଡା ଗାଁ ଗୁଡିକୁ ଯାଇ ଲୋକଙ୍କ ସହ ଅଲୋଚନା କରିଥିଲେ । ମହାନଦୀରେ ବନ୍ୟା ଆସିଲେ ଏହି ସବୁ ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ । ତେଣୁ କିଭଳି ରାସ୍ତା ଗୁଡିକର ଉଚ୍ଚତା ବୃଦ୍ଧି କରାଯିବ ସେଥିପାଇଁ ସେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ କହିଛନ୍ତି ।

ଏହି ବି ପଢନ୍ତୁ... ଆଜି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ

ଏଥିସହ ବନ୍ୟା ପ୍ଲାବିତ ଅଞ୍ଚଳ ଗୁଡିକରେ ସ୍ବାସ୍ଥ୍ୟସେବା, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ସହ ଆଲୋଚନା କରି ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସମସ୍ତ ବନ୍ୟା ବିପନ୍ନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ସ୍ଥାୟୀ ସମାଧାନ ହେଲେ ବନ୍ୟା ହେଲେ ବି ଲୋକଙ୍କର ସେଭଳି କୌଣସି ଅସୁବିଧା ହେବ ନାହିଁ କି ଲୋକେ ପାଣି ଘେରରେ ରେ ରହିବେ ନାହିଁ ସେ ଦିଗରେ ଆଲୋଚନା କରିବା ନେଇ କହିଛନ୍ତି ବିରଷ୍ଠ ବିଜେପି ନେତା ନଳିନୀ ପ୍ରଧାନ । ତାଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.