ETV Bharat / state

ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ, ଭିଡିଓ ଭାଇରାଲ

author img

By

Published : Sep 9, 2021, 1:07 PM IST

ସରକାରୀ ହସପିଟାଲରେ ସ୍ବାସ୍ଥ୍ୟସେବାର ଅସଲି ଚିତ୍ର । ଡାକ୍ତରଙ୍କ ପରିବର୍ତ୍ତେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକ୍ସନ। ଯାହାର ଭିଡିଓ ଭାଇରାଲ ହେବାର ଲାଗିଛି । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର; ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛି ସିକ୍ୟୁରୀଟି ଗାର୍ଡ

ଅନୁଗୋଳ: ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟସେବାର ଅସଲି ଚିତ୍ର । ଡାକ୍ତରଙ୍କ ବଦଳରେ ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡ ଦେଉଛନ୍ତି ଇଞ୍ଜେକ୍ସନ। ଯାହାର ଭିଡିଓ ଭାଇରାଲ ହେବାର ଲାଗିଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା । ତେବେ କିଏ ଏ ସୁରକ୍ଷାକର୍ମୀ ଓ କାହିଁକି ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ସେନେଇ ତଦନ୍ତ ଆରମ୍ଭ କରାଯାଇଛି ।

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ରୋଗୀ ଚକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ସେ ଆଉଟ ଡୋରକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ଇଞ୍ଜେକ୍ସନ ଲେଖିଥିଲେ। ସେଠାରେ ଦୁଇ ଜଣ ଫାର୍ମାସିଷ୍ଟ ଉପସ୍ଥିତ ଥିଲେ ମଧ୍ୟ ସୁରକ୍ଷାକର୍ମୀ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାର ତଦନ୍ତ ପାଇଁ ଏଡିଏମଓଙ୍କୁ ନେଇ ଏକ ଟିମ ଗଠନ କରିଛନ୍ତି। ଏହି ଟିମ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ଏଥିରେ ଯିଏବି ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିଏମଓ ସୂଚନା ଦେଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.