ଅନୁଗୋଳ: ପଞ୍ଚାୟତ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ବିଡିଓଙ୍କୁ ଅବ୍ୟାହତି ଦେଇଛନ୍ତି ରାଜ୍ୟ ନିର୍ଵାଚନ କମିଶନ । ଅନୁଗୋଳ ଜିଲ୍ଲା କିଶୋର ନଗର ବିଡିଓ ଆଉ ନିର୍ଵାଚନ ପରିଚାଳନା କାର୍ଯ୍ୟ କରି ପାରିବେ ନାହିଁ ।
ଆଜି ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । କିଶୋର ନଗର ବିଡିଓ ସ୍ଵରୂପା ନନ୍ଦ ସାହୁଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର। ତାଙ୍କୁ ନିର୍ବାଚନ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ନିର୍ଦେଶ ଦେଇଛନ୍ତି କମିଶନର।
ଗତ କିଛି ଦିନ ହେବ ବିଡିଓଙ୍କ ନାଁ ରେ ଏକ ଅଡିଓ ଭାଇରାଲ ହେଉଥିଲା । ଯାହାକୁ ଆଧାର କରି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନଥ, ଇଟିଭି ଭାରତ