ETV Bharat / state

ଗାନ୍ଧୀ ବିରୋଧୀ ଅନୁଗୋଳ ପ୍ରଶାସନ ! ପ୍ରତିବାଦରେ ସତ୍ୟାଗ୍ରହ

author img

By

Published : Oct 3, 2021, 10:55 AM IST

ଗାନ୍ଧୀ ଭବନ ନିର୍ମାଣ ସ୍ଥାନରେ ଅନୁଗୋଳ ଜିଲ୍ଲା ପ୍ରଶାସନ ନିର୍ମାଣ କରୁଛି ଅଙ୍ଗନବାଡି କେନ୍ଦ୍ର । ଯାହାକୁ ତୀବ୍ର ବିରୋଧ କରିଛନ୍ତି ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବ କୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତି । ଅଧିକ ପଢନ୍ତୁ..

ଗାନ୍ଧୀ ବିରୋଧୀ ଅନୁଗୋଳ ପ୍ରଶାସନ! ପ୍ରତିବାଦରେ ସତ୍ୟାଗ୍ରହ

ଅନୁଗୋଳ: ଗାନ୍ଧୀ ଭବନ ନିର୍ମାଣ ସ୍ଥାନରେ ଅନୁଗୋଳ ଜିଲ୍ଲା ପ୍ରଶାସନ ନିର୍ମାଣ କରୁଛି ଅଙ୍ଗନବାଡି କେନ୍ଦ୍ର । ଯାହାକୁ ବିରୋଧ କରି ଗତକାଲି ଗାନ୍ଧୀ ବିରୋଧୀ ମନ ଭାବ ବିରୁଦ୍ଧରେ ଆରମ୍ଭ ହୋଇଛି ଗଣ ସତ୍ୟାଗ୍ରହ । ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବ କୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତି ଓ ତାଙ୍କ ସହଯୋଗୀ । ଜିଲ୍ଲା ପ୍ରଶାସନର ଗାନ୍ଧୀ ବିରୋଧୀ ମନୋଭାଵକୁ ଏହି ମହାନ ଗାନ୍ଧୀବାଦୀ ମହିଳା ନା ପସନ୍ଦ କରିବା ସହ 80 ବର୍ଷ ବୟସରେ ବି ସତ୍ୟାଗ୍ରହରେ ବସିଛନ୍ତି ।

ଗାନ୍ଧୀଜୀ ଓ ଗଣତନ୍ତ୍ର ବିଶ୍ଵାସୀ ଜନଗଣ ଅନୁଗୋଳ ଡାକରାରେ ଏହି ସତ୍ୟାଗ୍ରହ ଆରମ୍ଭ ହୋଇଛି । ତେବେ ଗାନ୍ଧୀଜୀ ଓଡିଶା ଆସିଥିବା ସମୟରେ ଅନୁଗୋଳରେ ଏକ ବୈଠକ ମଧ୍ୟ କରିଥିଲେ । ତାଙ୍କରି ସ୍ମୃତିରେ ଅନୁଗୋଳରେ ଏକ ଗାନ୍ଧୀ ଭବନ ନିର୍ମାଣ ପାଇଁ ପ୍ରଶାସନ ସ୍ଥାନ ଦେବା ସହ ତାହା ନିର୍ମାଣ ପାଇଁ କହିଥିଲା । ମାତ୍ର ଚିହ୍ନଟ ସ୍ଥାନରେ ଏବେ ଅଙ୍ଗନବାଡି ଗୃହ ନିର୍ମାଣ ହେଉଛି । ଯାହା ତୀବ୍ର ବିରୋଧ କରିଛନ୍ତି ଗାନ୍ଧୀପ୍ରେମୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.