ETV Bharat / state

ବ୍ୟାଘ୍ର ପ୍ରକଳ୍ପରେ ଦୁଇ କଲରାପତରିଆଙ୍କ ମୃତ୍ୟୁ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ - Satkosia tiger Project

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ଅସୁରକ୍ଷିତ ! ଗୁରୁବାର ପମ୍ପାସର ରେଞ୍ଜ କୁଲାଙ୍ଗୀ ଗାଁ ନିକଟ ଜଙ୍ଗଲରୁ ଗୋଟିଏ କଲରାପତରିଆ ବାଘ ଓ ଗୋଟିଏ ଛୁଆ ବାଘର ମୃତ ଦେହ ଠାବ କରାଯିବା ପରେ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ । ସାତକୋଶିଆ କର୍ତ୍ତୃପକ୍ଷ କେବଳ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗୋଟିଏ ପରେ ଗୋଟିଏ ଗାଁ ଉଚ୍ଛେଦ କରିବାରେ ଲାଗି ପଡିଛନ୍ତି, କିନ୍ତୁ ବାଘ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ବନ୍ୟ ଜନ୍ତୁ ପ୍ରେମୀ ଏବଂ ପରିବେଶବିତ୍‌ । ଅଧିକ ପଢନ୍ତୁ

ବ୍ୟାଘ୍ର ପ୍ରକଳ୍ପରେ ଦୁଇ କଲରାପତାରିଆଙ୍କ ମୃତ୍ୟୁ,  ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

author img

By

Published : Oct 30, 2022, 11:02 AM IST

ଅନୁଗୋଳ: ଓଡିଶାରେ ବାଘ ବଂଶ ବୃଦ୍ଧି କରିବା ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ(Satkosia Tiger Reserve ) ୨୦୧୯ ମସିହାରେ ମଧ୍ୟପ୍ରଦେଶରୁ ୨ଟି ମହାବଳ ବାଘ ଅଣା ଯାଇଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ମହାବୀର ଶିକାରୀ ଫାସରେ ପଡି ମୃତ୍ୟୁ ବରଣ କରି ବା ପରେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯାଇଥିଲା । ଏହି ଘଟଣା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା । ଏବେ ପୁଣି ଥରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭିତ୍ତିଭୂମି ସଜଡ଼ା ଯାଉଛି । ଆଉ ଥରେ ଏଠାରେ ବାଘ ଆଣି ଛଡାଯିବାକୁ ଯୋଜନା କରୁଛି ବନ ବିଭାଗ ।

ବ୍ୟାଘ୍ର ପ୍ରକଳ୍ପରେ ଦୁଇ କଲରାପତାରିଆଙ୍କ ମୃତ୍ୟୁ

ମହାବୀର ମୃତ୍ୟୁ ଏବଂ ସୁନ୍ଧରୀ ଫେରିବା ପରେ ଏଠାରେ ଥିବା ଏକ ମାତ୍ର ବାଘୁଣୀର ପ୍ରାୟ ୧୦ମାସ ହେଲା କୌଣସି ପତ୍ତା ମିଳି ପାରୁନାହିଁ । ତେଣୁ ସେହି ବାଘୁଣୀଟି ଏବେ ବଞ୍ଚିଛି କି ନାହିଁ ତାହା କେହି କହି ପାରୁନାହାନ୍ତି । ଏଭଳି ସ୍ଥିତିରେ ଗୁରୁବାର କୁଲାଙ୍ଗୀ ଗାଁ ନିକଟରୁ କଲରାପତରିଆ ବାଘ ଓ ଛୁଆର ମୃତଦେହ ଠାବ କରାଯାଇଛି । ଶିକାରୀ ଫାସରେ ପଡି ଦୁଇଟି ଯାକ ବାଘର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାୟ ୧୦ ରୁ ୧୨ଦିନ ପୂର୍ବରୁ ବାଘ ଦୁଇଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସେହିପରି ଗତ ଜାନୁଆରୀ ମାସରେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଗାଁ ନିକଟରେ ଏକ କଲରାପତରିଆ ବାଘ ଶିକାରୀ ଫାସରେ ପଡି ଛଟପଟ ହେଉଥିବା ବେଳେ ବନ ବିଭାଗ ତାକୁ ଉଦ୍ଧାର କରିଥିଲା ।

ତେଣୁ ଏଥିରୁ ସ୍ପଷ୍ଟ ଜଣାପଡେ ସାତକୋଶିଆରେ ଶିକାରୀ ସକ୍ରିୟ ଏବଂ ଜନ୍ତୁ ଅସୁରକ୍ଷିତ । କୁଲାଙ୍ଗୀ ଗାଁ ନିକଟରେ ୧୦ରୁ ୧୨ ଦିନ ପୂର୍ବେ ବାଘର ମୃତ୍ୟୁ ହୋଇଥିଲେ ମଧ୍ୟ ବନ ବିଭାଗ କେମିତି ଜାଣି ପାରିଲେ ନାହିଁ ? ସଠିକ ଭାବରେ ଜଙ୍ଗଲ ଭିତରେ ପେଟ୍ରୋଲିଂ ହେଉଛି କି ନାହିଁ ? ତାହା ହେଲେ ଜଙ୍ଗଲ ଓ ଜନ୍ତୁ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀ କଣ କରୁଛନ୍ତି ? ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ ।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଏବେ କର୍ତ୍ତୃପକ୍ଷ ଲାଗି ପଡିଛନ୍ତି । ଗୋଟିଏ ପରେ ଗୋଟିଏ ଗାଁ ଉଛେଦ କରିବାକୁ ବ୍ୟସ୍ତ ରହୁଛନ୍ତି ଅଧିକାରୀ । ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସମତେ କେବଳ ଗାଁ ଉଚ୍ଛେଦ ପାଇଁ ଲାଗି ପଡିଛନ୍ତି । ଗତ ୨୦୧୮ରେ ରାଇଗୋଡା ଗାଁ ଉଚ୍ଛେଦ ହେବା ପରେ ଏବେ ଅସନବାହାଲ, କଟରଙ୍ଗ ଗାଁ ଉଚ୍ଛେଦ ପାଇଁ ସବୁ ପ୍ରକ୍ରିୟା ଶେଷ ହୋଇଛି । ଏବେ ଟୁଲୁକା, ସାଲର, ଗୋପାଳପୁର, ଛୋଟକେଇ ଗାଁ ଉଛେଦ କରିବାକୁ ଜୋରସୋରରେ ଚାଲିଛି ଉଦ୍ୟମ । ହେଲେ ଏସବୁ କାହା ସ୍ୱାର୍ଥରେ, କାହିଁକି କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି ବୋଲି ପ୍ରଶ୍ନ ଉଠୁଛି । କାରଣ ଯଦି ବ୍ୟାଘ୍ର ପ୍ରକଳ୍ପ ପାଇଁ ଏସବୁ କରାଯାଉଛି ତେବେ ବାଘକୁ ସୁରକ୍ଷା କାହିଁକି ଦିଆ ଯାଉନାହିଁ । ମହାବଳ ବାଘ ତ ଅଲଗା, କଲରାପତାରିଆ ବାଘ ମଧ୍ୟ ସିଡୁଲ-୧ ପ୍ରାଣୀ ତାଲିକା ଅନ୍ତର୍ଭୁକ୍ତ। ଅର୍ଥାତ ବିଲୁପ୍ତ ପ୍ରାୟ ପ୍ରାଣୀ ବୋଲି ବିବେଚନା କରାଯାଇଛି ।

ଏହା ମଦ୍ୟ ପଢନ୍ତୁ-1999 CYCLONE: ପୁରିଛି ୨୩ବର୍ଷ, ଆଜିବି ମହାବାତ୍ୟାର ମହାକ୍ଷତି ଅପୂରଣୀୟ

ଗତ ୨୦୧୬ ବ୍ୟାଘ୍ର ଗଣନାରେ ସାତକୋଶିଆରେ ୧୮ଟି କଲରାପତରିଆ ବାଘ ଥିବା ଜଣା ପଡିଥିଲା। ତା ପରଠାରୁ ଆଉ ଗଣନା ହୋଇନାହିଁ । ବାଘକୁ ସୁରକ୍ଷା ଦେବାରେ ସାତକୋଶିଆ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କୁହାଯାଉଛି । ଯେ କୌଣସି ବ୍ୟାଘ୍ର ପ୍ରକଳ୍ପରେ ବାଘ ମୃତ୍ୟୁ ହେଲେ ଏସଓପି ଅନୁସାରେ ୨ଜଣ ପଶୁ ଡାକ୍ତର, ବିଭାଗୀୟ ଅଧିକାରୀଙ୍କ ସମେତ ପଞ୍ଜିକୃତ ବେସରକାରୀ ପରିବେଶ ଅନୁଷ୍ଠାନର ଦୁଇ ଜଣ କର୍ମକର୍ତ୍ତା ଉପସ୍ଥିତ ରହିବା କଥା । ଏହାଛଡା ବ୍ୟବଚ୍ଛେଦ ଠାରୁ ଆରମ୍ଭ କରି ପୋଡିବା ପର୍ଯ୍ୟନ୍ତ ସବୁକିଛି ଭିଡିଓ ଗ୍ରାଫି କରାଯିବା କଥା । କିନ୍ତୁ ସାତକୋଶିଆ କର୍ତ୍ତୃପକ୍ଷ ଏସଓପିକୁ ଆଦୌ ମାନୁ ନାହାନ୍ତି । ମନ ଇଚ୍ଛା ନିଜେ ଯାଇ ବ୍ୟବଚ୍ଛେଦ କରି ପୋତି ଦେଇଛନ୍ତି । ଯାହାକି ପରିବେଶବିତ ମହଲରେ ଅସନ୍ତୋଷ ଦେଖା ଦେଇଛି । ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବନ୍ୟଜନ୍ତୁ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କେନ୍ଦ୍ର ସରକାର ସୁଦୂର ଆଫ୍ରିକାରୁ ଚିତା ବାଘ ଆଣି ସେମାନଙ୍କର ବଂଶ ବୃଦ୍ଧି କଥା ଚିନ୍ତା କରୁଛନ୍ତି । କିନ୍ତୁ ବନ ବିଭାଗ ଅଧିକାରୀ ମାନଙ୍କ ଅବହେଳା ଏବଂ ଇଚ୍ଛାଶକ୍ତି ଅଭାବରୁ ସତକୋଶିଆରେ ଥିବା କଲରାପତରିଆ ବାଘ ଗୋଟିଏ ପରେ ଗୋଟିଏ ମୃତ୍ୟୁ ହେଉଥିବା କୁହାଯାଉଛି ।

ଅନୁଗୋଳ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.