ETV Bharat / state

ବାଘଶୂନ୍ୟ ସାତକୋଶିଆ ! ମିଳୁନି ଏକମାତ୍ର ବାଘୁଣୀର ପତ୍ତା

author img

By

Published : Jan 20, 2022, 8:56 AM IST

ବାଘଶୂନ୍ୟ ହୋଇଗଲା କି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ? ପୂର୍ବରୁ ଏଠାକୁ ଅଣାଯାଇଥିବା ଗୋଟିଏ ବାଘର ମୃତ୍ୟୁ ହୋଇଯାଇଥିଲା । ଏବେ ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ମଧ୍ୟ କୌଣସି ଖୋଜଖବର ମିଳୁନି । ଯାହାକୁ ନେଇ ଏହି ବ୍ୟାଘ୍ର ପ୍ରକଳ୍ପ ବ୍ୟାଘ୍ରଶୂନ୍ୟ ହୋଇଯାଇଥିବା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ

ବାଘଶୂନ୍ୟ ସାତକୋଶିଆ ! ମିଳୁନି ଏକମାତ୍ର ବାଘୁଣୀର ପତ୍ତା
ବାଘଶୂନ୍ୟ ସାତକୋଶିଆ ! ମିଳୁନି ଏକମାତ୍ର ବାଘୁଣୀର ପତ୍ତା

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ହେଉଛି ଦେଶର ପ୍ରଥମ ଆନ୍ତଃରାଜ୍ୟ ସ୍ଥାନାନ୍ତର ବ୍ୟାଘ୍ର ପ୍ରକଳ୍ପ । ଯେଉଁଠାରେ ଏବେ ବାଘ ନାହାନ୍ତି । ପୂର୍ବରୁ ଏଠାକୁ ଅଣାଯାଇଥିବା ଗୋଟିଏ ବାଘର ମୃତ୍ୟୁ ହୋଇଥିଲା ଓ ଅନ୍ୟ ବାଘୁଣୀକୁ ଏଠାରୁ ପୁଣିଥରେ ଫେରାଇ ନିଆଯାଇଥିଲା । ଫଳରେ ଏଠାରେ କେବଳ ଏକମାତ୍ର ବାଘୁଣୀ ରହିଥିଲା । ହେଲେ ବହୁ ପୂର୍ବରୁ ରହିଆସୁଥିବା ଉକ୍ତ ପୁରୁଣା ବୁଢୀ ବାଘୁଣୀର ମଧ୍ୟ ଆଉ ପତ୍ତା ପାଉନାହିଁ ବନ ବିଭାଗ । ଗତ ପ୍ରାୟ ଦେଢ ମାସରୁ ଅଧିକ ଦିନ ହେବ ବୁଢୀ ବାଘୁଣୀକୁ ଠାବ କରାଯାଇ ପାରୁନାହିଁ । ଏନେଇ କୌଣସି ସ୍ପଷ୍ଟ ସୂଚନା ବିଭାଗ ପାଖରେ ନଥିବା ବେଳେ ବାଘୁଣୀ ସମ୍ପର୍କରେ ମଧ୍ୟ କିଛି କହୁନାହାନ୍ତି ବିଭାଗୀୟ ଅଧିକାରୀ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ଓ ସାତକୋଶିଆ ପ୍ରଜା ସୁରକ୍ଷା ସମିତିର ସଦସ୍ୟ । ଯିଏ ଏକମାତ୍ର ବାଘୁଣୀର ସୁରକ୍ଷା କରିପାରୁ ନାହାନ୍ତି ସେମାନେ କିଭଳି ବାହାର ରାଜ୍ୟରୁ ବାଘ ଆଣି ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ।

୨୦୦୬ ବ୍ୟାଘ୍ର ଗଣନାରେ ସାତକୋଶିଆରେ ୧୧ଟି ମହାବଳ ଥିବାବେଳେ ବାଘ ପାଇଁ ଉପଯୁକ୍ତ ପରିବେଶ ଥିବା ପରିଲକ୍ଷିତ କରି NTCA ୨୦୦୭ ଡ଼ିସେମ୍ବର ୩୧ ତାରିଖରେ ଏହାକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଘୋଷଣା କରାଗଲା । ୨୦୧୮ ଜୁନ ୨୦ ତାରିଖରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବଳ ଅଣାଯିବାର ୭ଦିନ ପରେ ଅର୍ଥାତ ୨୮ ତାରିଖରେ ବାନ୍ଧବଗଡ଼ ଅଭୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ମହାବାଳ ବାଘ ଜଙ୍ଗଲ ଭିତରେ ନିଜକୁ ଖାପ ଖୁଆଇ ବେଶ୍ ଆରାମରେ ରହିଲା । କିନ୍ତୁ ନଭେମ୍ବର ୧୪ ତାରିଖରେ ଶିକାରୀ ଫାଶରେ ପଡ଼ି ତାର ମୃତ୍ୟୁ ଘଟିଥିଲା । ସେପଟେ ଦୁଇ ଦୁଇଟି ମଣିଷ ମାରିବା ପରେ ଜଙ୍ଗଲରେ ଛଡା ଯାଇଥିବା ବାଘୁଣୀକୁ ପୁଣିଥରେ ଏନ୍‌କ୍ଲୋଜରରେ ରଖିଥିଲା ବନ ବିଭାଗ । ପ୍ରାୟ ଦେଢ ବର୍ଷ କାଳ ଏକ ଛୋଟିଆ ଏନ୍‌କ୍ଲୋଜରରେ ରହିବା ପରେ ବାଘୁଣୀକୁ ପୁଣିଥରେ ମଧ୍ୟପ୍ରଦେଶ ଫେରାଇ ଦିଆଯାଇଥିଲା । ଏହାପରେ ଏବେ ପୁଣିଥରେ ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦ ଲାଗି ଯୋଜନା କରାଯାଉଛି । ଯାହାକୁ ନେଇ ଅଭୟାରଣ୍ୟବାସୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ମହାବଳର ମୃତ୍ୟୁ ଓ ତା'ପରେ ବାଘୁଣୀକୁ ମଧ୍ୟପ୍ରଦେଶ ଫେରାଇ ଦିଆଯିବା ପରେ ଏହି ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥଗିତ ରଖିଛି NTCA । ଇତିମଧ୍ୟରେ ମୂଳ ବାଘୁଣୀର କୌଣସି ଖୋଜଖବର ନ ମିଳିବା ସାତକୋଶିଆରେ ବ୍ୟାଘ୍ର ସୁରକ୍ଷା ନେଇ ଅନେକ ପ୍ରଶ୍ନ ଛିଡା କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.