ETV Bharat / state

ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଜଙ୍ଗଲ ବିଭାଗର 'ସମୀକ୍ଷା' - samikshya karmasala

ଜିଲ୍ଲାରେ ଜଙ୍ଗଲ ଜନଜାତି କିଭଳି ଲଘୁ ଜାତ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିବେ ଓ ଜଙ୍ଗଲକୁ ରକ୍ଷା କରିବେ ସେନେଇ କର୍ମଶାଳା ସମୀକ୍ଷା ଅନୁଷ୍ଠିତ। ଅଧିକ ପଢନ୍ତୁ...

ଜଙ୍ଗଲ ଅଧିବାସୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଜଙ୍ଗଲ ବିଭାଗର 'ସମୀକ୍ଷା'

author img

By

Published : Mar 3, 2021, 9:33 AM IST

ଅନୁଗୋଳ: ଜିଲ୍ଲାରେ ଜଙ୍ଗଲ ଜନଜାତିଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି କର୍ମଶାଳା ସମୀକ୍ଷା 2020-21 । ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଜଙ୍ଗଲ ଜନଜାତି କିଭଳି ଲଘୁଜାତ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିବା ସହ ଜଙ୍ଗଲକୁ ରକ୍ଷା କରିବେ। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆଧାରରେ ବିଶ୍ବ ଯୁବକେନ୍ଦ୍ର ପକ୍ଷରୁ ନାଲକୋ ଅଡିଟୋରୀୟମରେ ଆୟୋଜିତ ଏହି କାର୍ମଶାଳାରେ ବନବିଭାଗ କର୍ମଚାରୀ ଓ ଜଙ୍ଗଲ ଅଧିବାସୀ ଯୋଗ ଦେଇଥିଲେ ।

ଜଙ୍ଗଲ ଅଧିବାସୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଜଙ୍ଗଲ ବିଭାଗର 'ସମୀକ୍ଷା'

କାର୍ଯ୍ୟକ୍ରମରେ ଜଙ୍ଗଲ ଦ୍ରବ୍ୟ ଲୋକଙ୍କର ଓ ଏହା ଉପରେ ସେମାନଙ୍କ ଅଧିକାର ଉପରେ ଆଲୋଚନା ହୋଇଥିଲା । ଏହି କର୍ମଶାଳାରେ ଆଞ୍ଚଳିକ ବନ ସଂରକ୍ଷକ ପ୍ରଦୀପ ରାଜ କରାଟ, ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଭଳି ବନବାସୀ ମାନେ ଜଙ୍ଗଲ ଉପରେ ନିର୍ଭର କରି ଜଙ୍ଗଲ ସୁରକ୍ଷା କରିବେ ସେ ନେଇ ନିଜର ମତ ରଖିଥିଲେ। ଏହି କର୍ମଶାଳାରେ କିଭଳି ସ୍ୱୟଂ ସହାୟକ ଗୋଷ୍ଠୀ ମାନେ କଯ୍ୟ କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.