ଅନୁଗୋଳ: ଗତ ୪୦ ବର୍ଷ ଧରି ତୁଟୁନି ଜିଲ୍ଲାର ସମଲ ବ୍ୟାରେଜ ବାସହୀନଙ୍କ ସମସ୍ୟା । ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ଚାହିଁ ବସିଛନ୍ତି ଏହି ବିସ୍ଥାପିତମାନେ । ଥଇଥାନ ସମ୍ପର୍କରେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଚଳିତ ନିର୍ବାଚନରେ ଏମାନେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ସମଲ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହେବାର ୪୦ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ପାଇଁ ଭିଟାମାଟି ହରାଇଥିବା ସଗଡିପାଳ, ଲାଙ୍ଗୁଆବେଡା, ବଲାଙ୍ଗୀ ଓ ବିଜିଗୋଳ ପାଟଣାର ଅଧିବାସୀଙ୍କୁ ନ୍ୟାୟ ମିଳିନାହିଁ । ଥଇଥାନ ନୀତି ଅନୁଯାୟୀ ୪ ଖଣ୍ଡ ଗ୍ରାମର ଲୋକଙ୍କୁ ସରକାରୀ ନିୟମ ମୁତାବକ ୫୦ ଭାଗ ନିଯୁକ୍ତିର ଦେବା ଆବଶ୍ୟକ । ସମ୍ପୂର୍ଣ୍ଣ ବିସ୍ଥାପିତ ପରିବାରଙ୍କୁ ବାଦ ଦିଆଯିବା ସହ ପ୍ରକଳ୍ପରେ ବିସ୍ଥାପିତ ୨୯ ଜଣ କ୍ଷତିଗ୍ରସ୍ତଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯିବା ସହ ବକେୟା ପ୍ରାପ୍ୟ ପ୍ରଦାନ କରିବା ଓ ଥଇଥାନ ଦାବି ନେଇ ବହୁବାର ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ ।
ବିଗତ ଦିନରେ ବହୁବାର ଆନ୍ଦୋଳନ ମଧ୍ୟ କରିଛନ୍ତି । ଦାବି ପୂରଣ ନହେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବିସ୍ଥାପିତ ପ୍ରଜା । ତେବେ ପୂର୍ବରୁ ସେମାନେ ସବୁ ନେତା ମନ୍ତ୍ରୀଙ୍କୁ ନିଜର ଦୁଃଖ କହିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସେମାନେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ